ଅସଦାଚରଣ ଓ ହତ୍ୟା ଧମକ ମାମଲାରେ ଯୁବକ ଗିରଫ

ଗୋପାଳପୁର : ଏକ ତରଫା ପ୍ରେମରେ ବିଫଳ ହେବାରୁ ମହିଳାଙ୍କୁ ଅସଦା ଆଚରଣ ଓ ହତ୍ୟା ଧମକ ଦେବା ଅଭିଯୋଗକୁ ଭିତ୍ତି କରି ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ସନ୍ତୋଷ ପାଣିଗ୍ରାହିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସନ୍ତୋଷ ଏକ ଘରୋଇ କଂପାନୀରେ କାମ କରୁଥିବା ବେଳେ ଆମ୍ବପୁଆରେ ରହି ଆସୁଥିଲେ। ଏହା ମଧ୍ୟରେ ସେହି ଗ୍ରାମର ସ୍ବାମୀ ପରିତ୍ୟକ୍ତ ମହିଳାଙ୍କ ସହ ଏକ ତରଫା ପ୍ରେମ କରୁଥିଲେ। ପ୍ରେମରେ ବିଫଳ ହେବାରୁ ମହିଳାଙ୍କୁ ଅସଦାଚରଣ କରିବା ସହ ହତ୍ୟା ଧମକ ଦେଇଥିଲେ। ଏହାକୁ ନେଇ ମହିଳା ଜଣକ  ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ କେସ ନଂ ୨୪/୨୧ ମାମଲା ରୁଜୁ କରିବା ସହ ଆଜି ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି।

Comments are closed.