ଯୁବ ଦିନିକିଆ: ଶ୍ରୀଲଙ୍କାଠାରୁ ଭାରତ ପରାସ୍ତ

0

କଲମ୍ବୋ : ଗୁରୁବାର ଏଠାରେ ଖେଳା ଯାଇଥିବା ୨ୟ ଦିନିକିଆରେ ଭାରତୀୟ ୧୯ ବର୍ଷରୁ କମ୍‍ ଦଳକୁ ୫ ୱିକେଟରେ ଘରୋଇ ଶ୍ରୀଲଙ୍କା ୧୯ ବର୍ଷରୁ କମ୍‍ ଦଳ ପରାସ୍ତ କରିଛି। ଫଳରେ ୫ ମ୍ୟାଚ୍‍ର ଦିନିକିଆ ସିରିଜ୍‍ ଏବେ ୧-୧ ସ୍ଥିତିରେ ରହିଛି। ଭାରତୀୟ ଯୁବ ଦଳ ଟସ୍‍ ଜିତି ବ୍ୟାଟିଂ ନେଇଥିଲା। ଭାରତ ୪୭ ଓଭରରେ ୧୯୩ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ଭାରତ ପାଇଁ ପୱନ ଶାହା ୪୯, ଆୟୁଷ ବାଦୋନି ୩୬, ସମୀର ଚୌଧୁରୀ ୩୨ ଓ ଅଜୟ ଦେବ ଗୌଡ଼ ୨୪ ରନ୍‍ କରିଥିଲେ। ଶ୍ରୀଲଙ୍କାର ଶଶିକା ଦୁଲ୍‍ସାନ ୩ଟି ୱିକେଟ ପାଇଥିଲେ। ଶ୍ରୀଲଙ୍କା ଅଧିନାୟକ ନିପୁଣ ଧନଞ୍ଜୟ ଅପରାଜିତ ୯୨ ଓ ପାସିନ୍ଦୁ ସୂରିୟାବନ୍ଦରା ୫୨ ରନ୍‍ କରିବାରୁ ଶ୍ରୀଲଙ୍କା ୪୫.୪ ଓଭରରେ ୫ ୱିକେଟ ହରାଇ ଜିତିଥିଲା। ଭାରତ ଦେବ ଗୌଡ଼ ଓ ସିଦ୍ଧାର୍ଥ ଦେଶାଇ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Leave A Reply