ଯୋଗ ଭାରତୀୟ ପରମ୍ପରାର ଅନନ୍ୟ ସମ୍ପଦ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଯୋଗ ଭାରତୀୟ ପରମ୍ପରାର ଅନନ୍ୟ ସଂପଦ। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ସର୍ବୋତ୍ତମ ମାଧ୍ୟମ ଭାବରେ ଯୋଗ ଆଜି ସାରା ବିଶ୍ୱରେ ଆଦର ଲାଭ କରିଛି। ନିୟମିତ ଯୋଗାଭ୍ୟାସ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିବା ସହ ମାନସିକ ଶାନ୍ତି ମିଳିଥାଏ। ଏହା ଦ୍ୱାରା ମାନସିକ ଚାପ, ଦୁଶ୍ଚିନ୍ତା ଓ ଅବସାଦରୁ ମୁକ୍ତି ମିଳିଥାଏ। ଜୀବନଶୈଳୀଜନିତ ବିଭିନ୍ନ ରୋଗର ସଫଳ ନିୟନ୍ତ୍ରଣରେ ମଧ୍ୟ ଏହା ସହାୟକ ହୋଇଥାଏ। ନିୟମିତ ଯୋଗାଭ୍ୟାସ କରି ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ଗଠନରେ ନିଜର ଅବଦାନ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।

Comments are closed.