‘ଯୋଗୀରାଜ ଶ୍ରୀକୃଷ୍ଣ’ ପୁସ୍ତକ ଉନ୍ମୋଚିତ

କଟକ : ସ୍ଥାନୀୟ ‘ସମାଜ’ ଅଫିସ ଗୋପବନ୍ଧୁ ଭବନ ପରିସରରେ ଶିକ୍ଷାବିତ୍‌ ଡକ୍ଟର ନିରଞ୍ଜନ ଶତପଥୀଙ୍କ ଦ୍ବାରା ଓଡ଼ିଆଭାଷାରେ ଅନୂଦିତ ‘ଯୋଗୀରାଜ ଶ୍ରୀକୃଷ୍ଣ’ ପୁସ୍ତକଟି ଉନ୍ମୋଚିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଉକ୍ତ ପୁସ୍ତକର ମୂଳ ଲେଖକ ହେଉଛନ୍ତି ଲାଲା ଲଜପତ୍‌ ରାୟ। ଏହି ଅବସରରେ ‘ସମାଜ’ର ମୁଦ୍ରାକର ପ୍ରକାଶକ ନିରଞ୍ଜନ ରଥ, ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ.ପ୍ରଭାସ ଆଚାର୍ଯ୍ୟ, ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ମହାନ୍ତି, ଅନୁବାଦକ ଡକ୍ଟର ନିରଞ୍ଜନ ଶତପଥୀ ଓ ତାଙ୍କ ଧର୍ମପତ୍ନୀ ସ୍ବର୍ଣ୍ଣଲତା ତ୍ରିପାଠୀ, କାର୍ଟୁନିଷ୍ଟ ଜ୍ଞାନ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଡକ୍ଟର ଶତପଥୀ ଏହି ପୁସ୍ତକକୁ ‘ଗୋପବନ୍ଧୁ ସାହିତ୍ୟ ମନ୍ଦିର’କୁ ଦାନ କଲେ ଓ ଏହାର ବିକ୍ରିଲବ୍ଧ ସମସ୍ତ ଅର୍ଥ ‘ସମାଜ’ ରିଲିଫ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.