ଆନ୍ତଃ ସମ୍ପ୍ରଦାୟ ବିବାହ ପ୍ରୋତ୍ସାହନ ଯୋଜନା ବନ୍ଦ କରିବେ ଯୋଗୀ

ଲକ୍ଷ୍ନୌ : ଲଭ୍‌ ଜିହାଦ ବିରୋଧରେ ଆଇନ ପ୍ରଣୟନ ପରେ ଉତ୍ତର ପ୍ରଦେଶ ସରକାର ଆନ୍ତଃ ସମ୍ପ୍ରଦାୟ ବିବାହକୁ ପ୍ରୋତ୍ସାହିତ ତଥା ଜାତୀୟ ସଂହତି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରହିଥିବା ୪୪ବର୍ଷର ପୁରୁଣା ଆଇନକୁ ଉ‌େ‌ଚ୍ଛଦ ପାଇଁ ନିଷ୍ପତ୍ତି ନେଇଛନ୍ତି। ସମାଜରୁ ଜାତି-ଧର୍ମ ବିଭେଦ ଉଚ୍ଛେଦ ପାଇଁ ଉତ୍ତର ପ୍ରଦେଶରେ ୧୯୭୬ରୁ ଆନ୍ତଃ ଜାତି ବା ଆନ୍ତଃ ସମ୍ପ୍ରଦାୟ ବିବାହ କରୁଥିବା ଦମ୍ପତିଙ୍କୁ ସରକାର ସ୍ବତନ୍ତ୍ର ଯୋଜନା ଆଧାରରେ ୫୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇଥାଆନ୍ତି। ଲଭ୍‌ ଜିହାଦ ଆଇନ ପରେ ଏହି ଆଇନର ଆଉ କିଛି ଆବଶ୍ୟକତା ନ ଥିବା ଯୋଗୀ ଆଦିତ୍ୟନାଥଙ୍କ ସରକାର ଭାବୁଛନ୍ତି। ଉତ୍ତରାଖଣ୍ଡ ସରକାର ମଧ୍ୟ ଏହି ଯୋଜନା ପ୍ରତ୍ୟାହାର ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି।

Comments are closed.