ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ : ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ଶନିବାର ସନ୍ଧ୍ୟାରେ ୨୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ପରିବାରକୁ ଘର ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଯୁବତୀଙ୍କୁ ଗତ ମାର୍ଚ୍ଚରେ ଗଣବଳାତ୍କାର କରାଯାଇଥିଲା। ଏ ସମ୍ପର୍କରେ ସେ ୫ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କ ମଧ୍ୟରୁ ୨ ଅଭିଯୁକ୍ତ ଜାମିନରେ ଆସିଥିଲେ। ଗତ ଗୁରୁବାର କୋର୍ଟରେ ମାମଲାର ଶୁଣାଣି ଥିବାରୁ ପୀଡ଼ିତା ଭୋର ସମୟରେ ନିଜ ଗାଁରୁ ରାଏବରେଲୀସ୍ଥିତ କୋର୍ଟକୁ ଯିବା ଲାଗି ବୈସୱାରା ବିହାର ରେଳ ଷ୍ଟେସନକୁ ଆସୁଥିଲେ। ତେବେ ଜାମିନରେ ଆସିଥିବା ୨ ଅଭିଯୁକ୍ତ ଗାଁଠୁ ଅଳ୍ପ ଦୂରରେ ତାଙ୍କୁ ଛକି ରହିଥିଲେ। ଉକ୍ତ ୨ ଅଭିଯୁକ୍ତ ସମେତ ଅନ୍ୟ ୨ ଯୁବକ ମିଶି ବାଟରେ ପୀଡ଼ିତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡକୁ ଠେଙ୍ଗାରେ ପିଟିଦେବା ସହିତ ତଣ୍ଟିକୁ ଛୁରିରେ ଆକ୍ରମଣ କରିଥିଲେ। ପୀଡ଼ିତା ତଳେ ପଡ଼ିଯିବା ପରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲାବେଳେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଗତକାଲି ରାତିର ପୀଡିତାଙ୍କର ମୃତ୍ୟୁ ଘଟିଥିଲା।

Comments are closed.