ସିଏଏକୁ ନେଇ ହିସାଂ କରୁଥିବା ଲୋକଙ୍କ ସମ୍ପତ୍ତି ନିଲାମ କରି କରାଯିବ ହିଂସା କ୍ଷୟକ୍ଷତି ଭରଣା: ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ହିଂସା ଉପରେ ମୁହଁ ଖୋଲିଛନ୍ତି। ଯୋଗୀ କହିଛନ୍ତି ଲୋକତନ୍ତ୍ରରେ ସମସ୍ତଙ୍କର ପଦର୍ଶନ କରିବାର ଅଧିକାର ରହିଛି କିନ୍ତୁ ପଦର୍ଶନ ନାଁରେ ହିଂସା ଗ୍ରହଣୀୟ ନୁହେଁ। ଆନ୍ଦୋଳନ ନାଁରେ ହିଂସା କରୁଥିବା ଲୋକଙ୍କ ପାଇଁ କଡାବାଣୀ ଶୁଣାଇ ଦେଇଛନ୍ତ ଯୋଗୀ। ସେ କହିଛନ୍ତି ହିଂସା କରି ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପତ୍ତି ନିଲାମ କରାଯାଇ କ୍ଷୟକ୍ଷତିର ଭରଣା କରାଯିବ।
ଯୋଗୀ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ବିରୋଧୀଙ୍କ ପାଖରେ ସରକାରଙ୍କୁ ଘେରିବାକୁ କୌଣସି ପ୍ରସଙ୍ଗ ନାହିଁ ଏଣୁ ଲୋକମାନଙ୍କ ମଧ୍ୟରେ ଭ୍ରମ ଖେଳାଇ ଏପରି କରାଉଛନ୍ତି। ଯୋଗୀ କହିଛନ୍ତି ଏହି ଆଇନ ବଳରେ କୌଣସି ଜାତି ଏବଂ ଧର୍ମର ଲୋକଙ୍କୁ କ୍ଷତି ପହଞ୍ଚାଇବ ନାହିଁ। ଏହାପରେ ମଧ୍ୟ ଆନ୍ଦୋଳନ କରାଯାଇଛି ଏବଂ ସରକାରଙ୍କ ସମ୍ପତ୍ତି ନଷ୍ଟ କରାଯାଉଛି। ଏହା ଗ୍ରହଣୀୟ ନୁହେଁ। ଯେଉଁମାନେ ହିଂସା କରିବା ସହ ସାର୍ବଜନୀନ ସମ୍ପତ୍ତିକୁ ନଷ୍ଟ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କ ସମ୍ପତ୍ତି ନିଲାମ କରାଯାଇ କ୍ଷୟକ୍ଷତି ଭରଣା କରାଯିବ।
ଲକ୍ଷ୍ନୌରେ ହିଂସା ଘଟଣା ଉପରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସାଧାରଣ ଜନତାଙ୍କୁ ଯେପରି କୌଣସି ଅସୁବିଧା ନହେଉ। ଲକ୍ଷ୍ନୌରେ ଗୁରୁବାର ବିକ୍ଷୋଭକାରୀ ଓବି ଭ୍ୟାନ, ବସ୍ ଓ ଅନେକ ଦୁଇ ଚକିଆ ଯାନକୁ ଜାଳି ଦେଇଛନ୍ତି। ଏହା ସହିତ ଦୁଇଟି ପୋଲିସ ଫାଣ୍ଡିରେ ମଧ୍ୟ ଉପଦ୍ରବି ଜାଳି ଦେଇଛନ୍ତି। ରାଜଧାନୀର ଅନେକ ଇଲାକାରେ ଭଙ୍ଗାରୁଜା କରାଯିବା ସହ ଜଳା ପୋଡା କରାଯାଉଛି।

Comments are closed.