୨୦ରେ ଦିନିକିଆ ଓଡିଶା ଗସ୍ତରେ ଯୋଗୀ : ବିଜେପି

0

ଭବାନୀପାଟଣା : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ନେତା ତଥା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୦ତାରିଖ ଦିନ ଦିନିକିଆ କଳାହାଣ୍ଡି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ୨୦ ତାରିଖ ଦିବା ୧୧ ଘଣ୍ଟା ସମୟରେ ଭବାନୀପାଟଣା ସ୍ଥିତ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ କର୍ମକର୍ତ୍ତା ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ଅପରାହ୍ନ ୨ଟା ସମୟରେ ଖୋର୍ଦ୍ଧା ଜିଲା ନାଚୁଣି କଲେଜ ପଡିଆରେ କର୍ମୀ ସମାବେଶରେ ଉଦବୋଧନ ଦେବେ। ମୋଦୀ ସରକାରଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କିଭଳି ତୃଣମୂଳସ୍ତରରେ ପହଞ୍ଚୁ ନାହିଁ ସେ ନେଇ ଯୋଗୀ ମନ୍ତ୍ର ଫୁଙ୍କିବେ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଯୋଗୀ ଅପରାହ୍ନ ସମୟରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ଯୋଗୀଙ୍କ ଭବାନୀପାଟଣା ଗସ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସହ କେନ୍ଦ୍ର ଓ ରାଜ୍ୟର ବହୁ ତୁଙ୍ଗ ନେତା ସାମିଲ ଯୋଗ ଦେବେ ବୋଲି ଜଣାପଡିଛି। ଏନେଇ ଭବାନୀପାଟଣାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି।

Leave A Reply