୪୭ ବର୍ଷରେ ପାଦ ଦେଲେ ଯୋଗୀ , ଶୁଭେଚ୍ଛା ଜଣାଇଲେ ମୋଦୀ ଓ ଶାହ

ନୂଆଦିଲ୍ଲୀ . – ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଦେବା ଅବସରରେ ଯୋଗୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଯୋଗୀ ଆଦିତ୍ୟନାଥ ୪୭ ବର୍ଷରେ ପଦାର୍ପଣ କରିଛନ୍ତି ।

ଯୋଗୀ , ମୋଦୀଙ୍କର ଏହି ଟ୍ୱିଟର ପ୍ରତ୍ୟାତୁର ଦେଇଛନ୍ତି । ଶୁଭ କାମନା ପାଇଁ ସମ୍ମାନୀୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ଆପଙ୍କ ଉଦାର ନେତୃତ୍ୱ କାରଣରୁ ଉତ୍ତରପ୍ରଦେଶର ୨୩ କୋଟି ଜନସାଧାରଣଙ୍କର କ୍ଷମତାକୁ ବିକାଶ କରିବା ସହ ନୂଆ ଉତ୍ତରପ୍ରଦେଶ ନିର୍ମାଣ କରିବା ପାଇଁ ଚେଷ୍ଟା କରୁଛି ବୋଲି ଯୋଗୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ଅମିତ ଶାହ ବି ଯୋଗୀ ଆଦିତ୍ୟ ନାଥଙ୍କୁ ତାଙ୍କ ଜନ୍ମ ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଯୋଗୀ ଉତ୍ତରପ୍ରଦେଶରେ ସୁଶାସନ ଓ ବିକାଶର ପଥକୁ ଆଗକୁ ନେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଅନେକ ବରିଷ୍ଠ ନେତା ଯୋଗୀ ଆଦିତ୍ୟାନାଥଙ୍କୁ ତାଙ୍କ ଜନ୍ମ ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.