କରୋନା ଯୋଦ୍ଧାଙ୍କ ସହ ଅଭଦ୍ରାମୀ କଲେ ୭ ବର୍ଷ ଜେଲ, ୫ ଲକ୍ଷ ଜୋରିମାନା

ଲକ୍ଷ୍ନୌ: କରୋନା ଯୋଦ୍ଧା କୁହାଯାଉଥିବା ସ୍ବାସ୍ଥ୍ୟ କର୍ମୀ, ପୁଲିସ, ସଫେଇ କର୍ମଚାରୀ, ଡ଼ାକ୍ତର, ନର୍ସ ଆଦିଙ୍କ ସହ ଅଭଦ୍ରାମୀ ବା ଆକ୍ରମଣକୁ ଅତ୍ୟନ୍ତ ଗୁରୁତର ଭାବରେ ଗ୍ରହଣ କରିଛନ୍ତି ଉତ୍ତରପ୍ରଦେଶ ସରକାର । କରୋନା ଯୋଦ୍ଧାଙ୍କ ସହ ଅଭଦ୍ରାମୀ କଲେ ୬ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଓ ୫୦ ହଜାରରୁ ୫ ଲକ୍ଷ ଟଙ୍କା ଜୋରିମାନା କରାଯିବା ନିମନ୍ତେ ଆଇନ କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଏକ ଅଧ୍ୟାଦେଶକୁ ରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ।

ଡ଼ାକ୍ତର, ସଫେଇକର୍ମୀ, ପୁଲିସ କର୍ମୀ ଏବଂ କୌଣସି ବି କରୋନା ଯୋଦ୍ଧାଙ୍କ ଉପରେ ଛେପ ପକାଇଲେ ଓ କ୍ବାରେଣ୍ଟାଇନ ନିୟମ ଭାଙ୍ଗିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ । ସେହିପରି କ୍ଵାରେଣ୍ଟାଇନ୍‌ର ଉଲ୍ଲଂଘନ କଲେ ବର୍ଷେରୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍‌ ସଜା ଓ ଜୋରିମାନା ଭାବେ ୧୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ। ହସ୍ପିଟାଲରୁ ଫେରାର ମାରିଲେ ଏକ ବର୍ଷରୁ ତିନି ବର୍ଷ ଏବଂ ୧୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ବୋଲି ଉତ୍ତରପ୍ରଦେଶ ସରକାର ଘୋଷଣା କରିଛନ୍ତି ।

Comments are closed.