ଯୋଗ ଦିବସ ପାଳନର ଇତିହାସ

ସୁସ୍ଥ ଶରୀର, ସୁସ୍ଥ ମସ୍ତିଷ୍କ, ସକରାତ୍ମକ ଚିନ୍ତାଧାରା ଓ ପରିବେଶକୁ ଖାପ ଖୁଆଇ ଚଳିଲା ଭଳି ଜୀବନ ଶୈଳୀ ପାଇଁ ବିଶ୍ବକୁ ଭାରତର ସବୁଠାରୁ ବଡ ଦାନ ହେଉଛି ଯୋଗ । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଯୋଗ ଉତ୍ପତ୍ତି ଭାରତରେ ହୋଇଥିଲା ବୋଲି ଅନୁମାନ କରାଯାଏ । ଯୋଗକୁ କେବଳ ବ୍ୟାୟାମରେ ସୀମିତ ନରଖି ଶାସ୍ତ୍ରାନୁସାରେ ପରିବ୍ୟାପ୍ତ କରାଯିବ ଉଚିତ୍ । ତେଣୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଦିବସ ପାଳନ କରିବା ପାଇଁ ୨୦୧୪ ସେପ୍ଟେମ୍ବର ୨୭ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘରେ ପ୍ରଥମେ ପ୍ରସ୍ତାବ ଦେଇଥିଲେ । ଅଳ୍ପ କେତୋଟି ମୁସଲିମ ରାଷ୍ଟ୍ରକୁ ବାଦ ଦେଲେ ପ୍ରାୟ ସମସ୍ତ ଦେଶ ଏହି ଦିନକୁ ପାଳନ କରିବା ପାଇଁ ସମର୍ଥନ କରିଥିଲେ । ଜୁନ ୨୧ରେ ଯୋଗ ଦିବସ ପାଳନ ପାଇଁ ୨୦୧୪ ଡିସେମ୍ବର ୧୧ରେ ମିଳିତ ଜାତିସଂଘ ଅଧିବେସନରେ ସଂକଳ୍ପ ହୋଇଥିଲା । ଏହି ଦିନକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ନରେନ୍ଦ୍ର ମୋଦୀ ଯୁକ୍ତି ବାଢିଥିଲେ । ମୋଦୀ କହିଥିଲେ ଯେ ଉତ୍ତର ଗୋଲାର୍ଦ୍ଧରେ ପୁରା ବର୍ଷରେ ଏହି ଦିନର ଅବଧି ବଡ଼ ହୋଇଥିବା ସହ ବିଶ୍ୱରେ ବିଭିନ୍ନ ସ୍ଥାନରେ ଏହି ଦିନର ମହତ୍ୱ ରହିଛି ।

ଆନ୍ତର୍ଜାତିକ ଯୋଗ ଦିବସ ୨୦୧୫ରୁ ପାଳନ କରାଯାଇ ଆସୁଅଛି । ରାଜଧାନୀ ନୂଆଦିଲ୍ଲୀର ରାଜପଥଠାରେ ଏକ କାର୍ୟ୍ୟକ୍ରମର ଅୟୋଜନ କରଯାଇଥିଲା। ଏଥିରେ ମୋଟ୍ ୮୪ ଦେଶର ୩୫,୯୮୫ ଜଣ ଅଂଶଗ୍ରହଣକାରୀ ଭାଗ ନେଇ ଦୁଇଟି ଗିନିସ ବର୍ଲ୍ଡ ରେକର୍ଡ ସ୍ଥାପନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲାଙ୍କ ସହ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ, ସାଂସଦ, ସେନ ଓ ପୋଲିସର ଯବାନ, ପ୍ରଶାସନିକ ଅଧିକାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହା ପୂର୍ବରୁ ୧୦ ବର୍ଷ ତଳେ ୨୦୦୫ ନଭେମ୍ବର ୧୯ ତାରିଖରେ ଗ୍ୱାଲିଅରରେ ୧୯,୯୭୩ ଜଣ ଲୋକ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଯୋଗାଭ୍ୟାସ କରିଥିଲେ । ଆଉ ଏହା ବିଶ୍ୱ ରେକର୍ଡ ହେବା ସହିତ ‘ଗିନିଜ ବୁକ ଅଫ ବର୍ଲ୍ଡ ରେକର୍ଡ’ରେ ସ୍ଥାନ ପାଇଥିଲା।

Comments
Loading...