ବ୍ରିଟେନ୍‌‌ରେ ଲୋକପ୍ରିୟ ହେଉଛି କାଓ ଯୋଗ

କରୋନା ମହାମାରୀ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଆବଶ୍ୟକତାଠାରୁ ଅଧିକ ସଚେତନ କରାଇଦେଇଛି। ନିଜ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିମନ୍ତେ ସମସ୍ତଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି କହିଲେ ଭୁଲହେବନାହିଁ। ଏଥିପାଇଁ ଲୋକେ ଖାଦ୍ୟପାନୀୟ ବାବଦରେ ସତର୍କ ହେବା ସହ ନିୟମିତ ଯୋଗ, ପ୍ରାଣାୟମ, କସରତ କରୁଛନ୍ତି। ସମଗ୍ର ବିଶ୍ବରେ ଏବେ ଯୋଗର ଆଦର ମଧ୍ୟ ବଢ଼ିଛି। ଦୀର୍ଘାୟୁ ଓ ନିରୋଗ ଜୀବନଯାପନ ନିମନ୍ତେ ଯୋଗର ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ। ବ୍ରିଟେନ୍ ବାସିନ୍ଦା ମଧ୍ୟ ଯୋଗ ଅଭ୍ୟାସ କରିବାରୁ ବାଦ୍ ପଡ଼ିନାହାନ୍ତି। ତେବେ ସେମାନେ ଗାଈ, ମଇଁଷି ରହୁଥିବା ସ୍ଥାନରେ ଯୋଗ କରୁଛନ୍ତି। ସେଠାରେ ଏହି ଯୋଗକୁ ‘କାଓ ଯୋଗ’ ନାମ ଦିଆଯାଇଛି। ଲଣ୍ଡନର ଜନୈକ ଯୋଗ ପ୍ରଶିକ୍ଷକଙ୍କ ମତରେ ସେପରି ସ୍ଥାନରେ ଯୋଗ କରିବା ଦ୍ବାରା ଲୋକଙ୍କ ମାନସିକ ଚାପ କମ୍ ହେଉଛି। ଏଣୁ ବର୍ତ୍ତମାନ ସମୟରେ ‘କାଓ ଯୋଗ’କୁ ପ୍ରାଧାନ୍ୟ ଦିଆଯାଇଛି। ବ୍ରିଟେନ୍‌‌ର ଲିଲ୍ୟାଣ୍ଡ ପାହାଡ଼ରେ ‘କାଓ ଯୋଗ’ର ଲୋକପ୍ରିୟତା ଦିନୁଦିନ ବଢ଼ିଚାଲିଥିବାର ପ୍ରକାଶ। n

Comments are closed.