ଯୋଗ ସହ ଜୀବନର ସକରାତ୍ମକ ପରିବର୍ତ୍ତନ ଜଡ଼ିତ

ଯୋଗ ଦିବସ ଦିନ ଦେଶର ବିଭିନ୍ନ ସ୍ଥାନରେ ବୃହତ ଓ କ୍ଷୁଦ୍ର ଯୋଗ ଶିବିରର ଆୟୋଜନ କରାଯାଏ। ଏହି ପବିତ୍ର କଳାକୁ ଅଭ୍ୟାସ କରିବା ପାଇଁ ବହୁ ସଂଖ୍ୟାରେ ଲୋକେ ଶିବିରମାନଙ୍କରେ ଭାଗ ନେଇଥାଆନ୍ତି। କେବଳ ଭାରତରେ ନୁହେଁ ବରଂ ଦୁନିଆର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହି ଶିବିରର ଆୟୋଜନ କରାଯାଏ। ଲୋକେ ଖୁବ ଉତ୍ସାହର ସହ ଏଥିରେ ଭାଗ ନେବା ସହ ଉଲ୍ଲାସର ସହ ଏହାକୁ ପାଳନ କରିଥାଆନ୍ତି।
ଜୁନ ୨୧ରେ ପାଳନ କରାଯାଉଥିବା ଅର୍ନ୍ତଜାତୀୟ ଯୋଗ ଦିବସ ପ୍ରାଚୀନ ଭାରତୀୟ କଳା ପାଇଁ ଏକ ଅନୁଷ୍ଠାନ ଅଟେ। ଆମ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ଦ୍ୱାରା ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିଥାଏ। ଆମର ଚିନ୍ତା ଦୂର କରି ଏହା ମାନସିକ ଶାନ୍ତି ପ୍ରଦାନ କରିଥାଏ। କୁହାଯାଏ ଯେ ଭାରତୀୟ ପୌରାଣିକ ଯୁଗ ମଧ୍ୟ ଯୋଗ ସହ ଜଡ଼ିତ। ଏପରି ମଧ୍ୟ ମାନ୍ୟତା ରହିଛି , ଭଗବାନ ଶିବ ଏହି ଯୋଗ କଳାର ସୃଷ୍ଟି କରିଥିଲେ। ପ୍ରଭୁ ମହେଶ୍ୱରଙ୍କୁ ଆଦି ଯୋଗୀଙ୍କ ରୂପରେ ଜଣାଯିବା ସହ ଦୁନିଆର ସମସ୍ତ ଯୋଗ ଗୁରୁଙ୍କ ପାଇଁ ପ୍ରେରଣା ବୋଲି କୁହାଯାଏ।

Comments are closed.