ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତାଙ୍କ ଝିଅ ରୋଶନି କପୁର ଅଟକ, ଇଡି ଜାରି କରିଥିଲା ଲୁକ୍ ଆଉଟ୍ ନୋଟିସ୍

ମୁମ୍ବଇ : ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଝିଅ ରୋଶନି କପୁରଙ୍କୁ ଅଟକ ରଖାଯାଇଛି। ରବିବାର ରୋଶନି କପୁର ଲଣ୍ଡନ ଯିବାପାଇଁ ମୁମ୍ବଇ ବିମାନବନ୍ଦରେ ପହଞ୍ଚିବା ପରେ ତାଙ୍କ ବିଦେଶ ଯିବାକୁ ବାରଣ କରାଯାଇଥିଲା। ସେ ବ୍ରିଟିଶ ଏୟାରୱେଜ୍ ବିମାନ ଦ୍ବାରା ଲଣ୍ଡନ ଯିବାରଥିଲା।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରବିବାର ଭୋରରୁ ଦିବାନ ହାଇସିଂ ଫାଇନାନ୍ସ କର୍ପେରେଶନ ଲିମିଡେଡ (ଡିଏଏଫଏଲ) ସହିତ ଜଡ଼ିତ ମନି ଲଣ୍ଡ୍ରିଙ୍ଗ ଘଟଣାରେ ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୂରଙ୍କୁ ଗିରଫ କରିଛି। ମୁମ୍ବଇଠାରେ ଶନିବାର ତାଙ୍କୁ ଇଡି ପକ୍ଷରୁ ଦ୍ୱିତୀୟ ଦିନ ପାଇଁ ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି। ଶନିବାର ତାଙ୍କୁ ପ୍ରାୟ ୧୫ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ଏବଂ ରବିବାର ସକାଳୁ ତାଙ୍କୁ ଗିରଫ କରାଯାଇଛି। ବେଆଇନ ଅର୍ଥ କାରବାର ନିରୋଧୀ ଆଇନ ବଳରେ ତାଙ୍କର ତଥ୍ୟ ସବୁ ରେକର୍ଡ କରାଯାଇଛି। ରାଣା କପୁରଙ୍କ ଦିଲ୍ଲୀ ଓ ମୁମ୍ବଇଠାରେ ଥିବା ତିନି ଝିଅଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିଲା।

ଏହାପୂର୍ବରୁ ୟେସ୍ ପ୍ରତିଷ୍ଠାତା ରାଣା କପୁର ଏବଂ ତାଙ୍କ ପରିବାର ତାଙ୍କ ପତ୍ନୀ ବିନ୍ଦୁ କପୁର, ଝିଅ ରାଖୀ କପୁର ଟଣ୍ଡନ, ରାଧା କପୁର ଏବଂ ରୋଶନି କପୁରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ନୋଟିସ ଜାରି କରିଥିଲା।

Comments are closed.