ହେଲିପ୍ୟାଡରେ ୟେଦୁରପ୍ପାଙ୍କ  ଲଗେଜ୍‌ ଯାଞ୍ଚ କଲେ ନିର୍ବାଚନ ଆୟୋଗ

ବେଙ୍ଗାଲୁର .- ସାଧାରଣ ନିର୍ବାଚନ ପାଇଁ ଏବେ କର୍ଣ୍ଣାଟକରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି । ନିର୍ବାଚନ ପ୍ରଚାର ଉପରେ ନିର୍ବାଚନ ଆୟୋଗ ଦୃଷ୍ଟି ରଖିଛନ୍ତି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ୟେଦୁରପ୍ପା ହେଲିକାପ୍ଟର ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ପ୍ରଚାର ପାଇଁ ଗସ୍ତ କରୁଛନ୍ତି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ  ୟେଦୁରପ୍ପା ହେଲିକାପ୍ଟରେ ଯାତ୍ରାକରୁଥିବା ବେଳେ  ଏକ ହେଲିପ୍ୟାଡରେ ତାଙ୍କର ଲଗେଜ୍‌କୁ ଯାଞ୍ଚ କରିଛନ୍ତି ।

ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଏକ ଫ୍ଲାଇଂ ସ୍କାଡ ଶିବମୋଗା ଜିଲ୍ଲାରେ ଥିବା ହେଲିପ୍ୟାଡରେ ଏହି ଯାଞ୍ଚ କରିଛନ୍ତି । କର୍ଣ୍ଣାଟକରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଏପ୍ରିଲ ୧୮ ତାରିଖ ଓ ଏପ୍ରିଲ ୨୩ ତାରିଖରେ କର୍ଣ୍ଣାଟକରେ ନିର୍ବାଚନ ଅନୁଷ୍ଠିତ ହେବ ।

Comments are closed.