କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପା

0

ବେଙ୍ଗାଲୁର: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ବିଏସ୍‌ ୟେଦୁରପା ଶପଥ ଗ୍ରହଣ କରିଛନ୍ତି । ଗୁରୁବାରରେ ସେ ତୃତୀୟ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ଭଗବାନ ଓ କୃଷକମାନଙ୍କ ନାମରେ ଶପଥ ଗ୍ରହଣ କରିଛନ୍ତି ।

ବୁଧବାର ରାତିରେ ସରକାର ଗଠନ କରିବାକୁ ରାଜ୍ୟପାଳ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିକୁ ଆମନ୍ତ୍ରଣ କରିବା ପରେ ଏହାର ପ୍ରତିବାଦ କରି ବି. ଏସ ୟେଦୁରପ୍ପା ଙ୍କ ଶପଥ ଗ୍ରହଣ ଉତ୍ସବ ରୋକିବା ପାଇଁ କଂଗ୍ରେସ ଓ ଜେଡି(ଏସ୍‍) ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ପାଖରେ ଏ ନେଇ ଦୁଇ ଦଳ ପକ୍ଷରୁ ଆବେଦନ କରାଯାଇଥିଲା । ଫଳରେ ରାତାରାତି ଏହା ଉପରେ ଶୁଣାଣୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରାତି ଅଧରେ ଏହାର ଶୁଣାଣୀ ପାଇଁ ୩ ଜଣିଆ ବେଞ୍ଚ ଗଠନ କରିଥିଲେ। କୋର୍ଟ ନଂ ୬ରେ ରାତି ୧ଟା୪୫ ମିନିଟରେ ଏହି ଶୁଣାଣୀ ଆରମ୍ଭ ହୋଇଥିଲା। ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏ.କେ ସିକ୍ରି ଏବଂ ଜଷ୍ଟିସ ଗୋବଡେ ଆବେଦନ ଉପରେ ଶୁଣାଣି କରିଥିଲେ।

କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭୀ ନିଜର ଯୁକ୍ତି ଉପସ୍ଥାପନ କରିଥିବା ବେଳେ ବିଜେପି ପକ୍ଷରୁ ପୂର୍ବତନ ଅଟର୍ଣ୍ଣି ଜେନେରାଲ ମୁକୁଲ ଏସ ରୋହତଗୀ ମାମଲା ପରିଚଳନା କରୁଥିଲେ। ସେହପରି ସରକାରଙ୍କ ପକ୍ଷରୁ ଏଜିଏସ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରିଥିଲେ।

Leave A Reply