ୟେଦୁରପ୍ପାଙ୍କ ଇସ୍ତଫା ପରେ ସମର୍ଥକଙ୍କ ମୃତ୍ୟୁ

0

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ୟେଦୁରପ୍ପା ଇସ୍ତଫା ଦେବା ପରେ ମର୍ମାହତ ହୋଇଥିବା ତାଙ୍କର ଜଣେ ଦୃଢ଼ ସମର୍ଥକଙ୍କ ହୃଦ୍‍ଘାତରେ ପରଲୋକ ଘଟିଛି। କ୍ରିକେଟ୍‍ରେ ହାର ଜିତ୍‍ରେ ବାଜି ଲାଗୁଥିବା ଓ ପ୍ରାଣହାନି ଘଟୁଥିବା ବହୁ ଉଦାହରଣ ଥିବା ବେଳେ ରାଜନୀତିରେ ଏଭଳି ଆସକ୍ତିର ଉଦାହରଣ ବିରଳ ବୋଲି କୁହାଯାଉଛି। ମୃତକଙ୍କ ନାମ ଏଚ୍‍ ଚେନ୍ନାବାସପ୍ପା ବୋଲି ଜଣାପଡ଼ିଛି। କର୍ଣ୍ଣାଟକର ଚେନ୍ନାଗିରି ଜିଲା ସାନ୍ଥେବେନୁର ଗ୍ରାମ ନିବାସୀ ଏହି ବ୍ୟକ୍ତି ଜଣକ ଟିଭିରେ କର୍ଣ୍ଣାଟକ ବିଧାନସଭାର ସିଧା ପ୍ରସାରଣ ଦେଖୁଥିଲେ। ସରକାର ଗଠନ ପାଇଁ ଆବଶ୍ୟକ ସମର୍ଥନ ଯୋଗାଡ଼ କରିବାରେ ବିଫଳ ହେବା ଜଣାପଡ଼ିବା ପରେ ହଠାତ୍‍ ଚେନ୍ନାବାସପ୍ପା ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଜଣାପଡ଼ିବା ପରେ ବି ଏସ୍‍ ୟେଦୁରପ୍ପା ଗଭୀର ଶୋକବ୍ୟକ୍ତ କରିବା ସହିତ ମୃତକଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Leave A Reply