ଜୀବନ କୌଶଳ ଭିତିକ କୈଶୋର ସ୍ୱାସ୍ଥ୍ୟ ତାଲିମ ଶିବିର

ବୌଦ୍ଧ: ବୌଦ୍ଧବ୍ଲକ ବାଉଁଶୁଣୀସ୍ଥିତ ୱାସିଡିଏ ପକ୍ଷରୁ କାର୍ଯ୍ୟାଳୟର ସଭାଗୃହ ବୌଦ୍ଧ ବ୍ଲକର ୨୩ଟିି ବିଦ୍ୟାଳୟର ୬୫ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଜୀବନ କୌଶଳ ଭିତିକ କୈଶର ସ୍ୱାସ୍ଥ୍ୟ ତାଲିମ ଶିବିର ଅନୁଷଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୱାସିଡିଏର ସଂପାଦକ ରାଜେନ୍ଦ୍ର ମେହେର ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରି ବିଦ୍ୟାଳୟ ଏକ ଏପରି ଅନୁଷ୍ଠାନ ଯେଉଁଥିରେ ସମସ୍ତ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କୁ ବିଶ୍ୱାସ କରନ୍ତି ଏବଂ ଏହି କାର୍ଯ୍ୟକ୍ରମର ଲକ୍ଷ ହେଲା ଛାତ୍ରଛାତ୍ରୀମାନଙ୍କର ଜୀବନକୁ କିପରି ସରସ ସୁନ୍ଦର ଏବଂ ଉତ୍ତମ ଭାବରେ ଗଢିବା, ଯାହାଦ୍ୱାରା ସେମାନେ ସମାଜରେ ଏକ ଉତ୍ତମ ବ୍ୟକ୍ତି ହୋଇ ଗଢି ପାରିବେ ବୋଲି କହିଥିଲେ।

 

ଅନୁଷ୍ଠାନର ଉପସଭାପତି ସଦାନନ୍ଦ ମିଶ୍ର ଯୋଗଦେଇ ସମସ୍ତ ଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ସ୍ନେହପ୍ରଭା ମହାପାତ୍ର ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରକଳ୍ପ ସଂଯୋଜକ ସୁରେଶ ପ୍ରଧାନ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.