ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଯଶବର୍ଦ୍ଧନ କୁମାର ସିହ୍ନା

ନୂଆଦିଲ୍ଲୀ :  ଯଶବର୍ଦ୍ଧନ କୁମାର ସିହ୍ନା ଶନିବାର ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତିଭବନରେ ଶ୍ରୀ ସିହ୍ନାକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶ୍ରୀ ସିହ୍ନା ଗତବର୍ଷ ଜାନୁଆରୀ ଠାରୁ ସୂଚନା କମିସନର ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ଆଗାମୀ ତିନିବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ।

Comments are closed.