ଚାଲିଗଲେ ୮୩ର ଅନ୍ୟତମ ତାରକା ଯଶପାଲ ଶର୍ମା

ଚଣ୍ଡିଗଡ଼: ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ଅନ୍ୟତମ ତାରକା ଯଶପାଲ ଶର୍ମାଙ୍କର ମଙ୍ଗଳବାର ହୃଦଘାତରେ ପରଲୋକ ଘଟିଛି। ପଞ୍ଜାବର ଲୁଧିଆନା ସ୍ଥିତ ପୁରୁଣା କଚେରୀ ରୋଡ଼ ନିକଟରେ ବାସ କରୁଥିବା ୬୬ ବର୍ଷିୟ ଯଶପାଲଙ୍କର ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

୧୯୭୮ରୁ ୧୯୮୫ ପର୍ଯ୍ୟନ୍ତ ଯଶପାଲ ଭାରତୀୟ ଦଳ ପାଇଁ ଖେଳିଥିଲେ। ସେ ୩୭ ଦିନିକିଆ ଓ ୪୨ ଟେଷ୍ଟରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଶର୍ମା ୪୨ ମ୍ୟାଚର ୪୦ ଇନିଂସରେ ୮୮୩ ରନ୍ କରିଥିଲେ, ଯେଉଥିରେ ତାଙ୍କର ସର୍ବାଧିକ ସ୍କୋର ୮୯ ରନ୍ ଥିଲା। ଯଶପାଲ ମଧ୍ୟ ତାଙ୍କ କ୍ୟାରିୟରରେ ଚାରି ଅର୍ଦ୍ଧଶତକ ହାସଲ କରିଥିଲେ। ୧୯୭୯ରୁ ୮୩ ପର୍ଯ୍ୟନ୍ତ ସେ ଭାରତୀୟ ମଧ୍ୟମ କ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ।
ଯଶପାଲଙ୍କୁ ଦେହାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ଭାରତୀୟ ଖେଳାଳୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

 

Comments are closed.