ଗୁଜରାଟ ଦଙ୍ଗା ପାଇଁ ମୋଦୀଙ୍କୁ ବହିଷ୍କୃତ କରିବାକୁ ଚାହୁଁଥିଲେ ବାଜପେୟୀ : ଯଶବନ୍ତ ସିହ୍ନା

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୨ ଗୁଜରାଟ ଦଙ୍ଗା ପାଇଁ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦଳରୁ ବହିଷ୍କୃତ କରିବାକୁ ଚାହୁଁଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି । ପରେ ଏହାକୁ ବିରୋଧ କରି ପୂର୍ବତନ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ ନିଜର ଇସ୍ତଫା ଦେବା ପାଇଁ ଧମକ ଦେଇଥିଲେ। ଯାହାଫଳରେ ମୋଦୀଙ୍କ ଇସ୍ତଫା ଦାବି ଥମି ଯାଇଥିଲା।
ସେ ଆହୁରି କହିଛନ୍ତି, ଗୋଆରେ ଆୟୋଜିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ମୋଦୀ ଇସ୍ତଫା ଦେଇ ନଥିଲେ ତାଙ୍କୁ  ବହିଷ୍କାର କରିବାକୁ ଅଟଳ ବିହାରୀ ବାଜପେୟୀ ମନ ସ୍ଥିର କରିଥିଲେ। କିନ୍ତୁ ଲାଲକୃଷ୍ଣ ଆଡଭାଣୀ ଏହାର ଦୃଢ ବିରୋଧ କରିଥିଲେ। ଏହାଛଡା ସେ ମୋଦୀ-ଶାହା ଯୋଡିଙ୍କୁ କଡା ସମାଲୋଚନା କରି କହିଛନ୍ତି। ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାଣୀଙ୍କ ଆଦର୍ଶ ବିଜେପି ନଥିବା ସେ କହିଛନ୍ତି ।

Comments are closed.