ବିବାହ ସମାରୋହର ସମସ୍ତ ଖାସ୍ ଫଟୋ ଶେୟାର କଲେ ୟାମି, ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ମୁମ୍ବଇ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ଼ ଅଭିନେତ୍ରୀ ୟାମି ଗୌତମ। କେବଳ ନିଜ ପରିବାର ଲୋକଙ୍କ ଉପସ୍ଥିତିରେ ଏକ ଅନ୍ତରଙ୍ଗ ସମାରୋହରେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ସେ ବିବାହ କରିଛନ୍ତି।

ତେବେ ବିବାହ ସମୟର କିଛି ଫଟୋ ପୂର୍ବରୁ ୟାମି ଶେୟାର କରିଥିବା ବେଳେ ଆଜି ବିବାହ ସମାରୋହର ଆଉ କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।


ଯାହାକି ଖୁବ୍ ଭାଇରାଲ୍ ହେବାର ଲାଗିଛି। ପ୍ରଶଂସକମାନେ ତାଙ୍କର ଏହି ଫଟୋକୁ ଖୁବ୍ ପସନ୍ଦ କରିବା ସହ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।


ଫଟୋରେ ୟାମିଙ୍କ ଭିନ୍ନ ଭିନ୍ନ ବିଧିରେ ତାଙ୍କର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଛି। ଏହାସହ ନବବିବାହିତଙ୍କ ସୁନ୍ଦର ଯୋଡ଼ି ମଧ୍ୟ ଦେଖିବାକୁ ମିଳିଛି।

Comments are closed.