ଭାଇର ଦୀର୍ଘାୟୁ ପାଇଁ କରନ୍ତୁ ଯମ ଦ୍ୱିତୀୟା ବା ଭାଇଦୂଜ୍ ପୂଜା

0

ଭାଇଦୂଜ୍ ବା ଭାଇଟିକା ଭାରତ ଓ ନେପାଳର ହିନ୍ଦୁମାନଙ୍କ ଦ୍ୱାରା ପାଳନ କରାଯାଉଥିବା ଆନନ୍ଦ-ଉଲ୍ଲାସର ଏକ ଉତ୍ସବ। ଭାଇ ଭଉଣୀଙ୍କ ସ୍ନେହର ସମ୍ପର୍କର ଏହି ଉତ୍ସବ ରକ୍ଷା ବନ୍ଧନ ଉତ୍ସବ ଭଳି ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ନଭେମ୍ବର ୯ ଅର୍ଥାତ୍‍ ଶୁକ୍ରବାର ପଡ଼ୁଛି। ଏହିଦିନ ଭଉଣୀ ତା’ର ଭାଇକୁ ଟିକା ଲଗାଇ ଭାଇର ଉଜ୍ୱଳମୟ ଭବିଷ୍ୟତ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥାଏ।

ଏହାକୁ ଯମ ଦ୍ୱିତୀୟା ବୋଲି ମଧ୍ୟ କୁହାଯାଏ। ମାନ୍ୟତା ରହିଛି ଯେ, ଏହିଦିନରେ ଯମରାଜା ତାଙ୍କ ଭଉଣୀ ୟମି ଅର୍ଥାତ୍‍ ଯମୁନାଙ୍କୁ ଭେଟିବାକୁ ଯାଇଥିଲେ ଓ ସେହିଦିନ ତାଙ୍କୁ ବରଦାନ ଦେଇଥିଲେ ଯେ, ଯେଉଁ ଭଉଣୀ ଏହିଦିନରେ ନିଜ ଭାଇର ଆଦର ସତ୍କାର କରିବା ସହ ଟିକା ଲଗାଇବ, ସେମାନଙ୍କୁ ମୋର ଭୟ ରହିବ ନାହିଁ।

ଅନ୍ୟ ଏକ ମାନ୍ୟତା ଅନୁସାରେ, ଏହି ଦିନ ଭଗବାନ କୃଷ୍ଣ ତାଙ୍କ ଭଉଣୀ ଶୁଭଦ୍ରାଙ୍କୁ ଭେଟିବା ପାଇଁ ଯାଇଥିଲେ। ଯେଉଁଠି ଶୁଭଦ୍ରା ତାଙ୍କୁ ଖୁବ୍‍ ସ୍ନେହ ଓ ଆଦର ସହକାରେ ସ୍ୱାଗତ କରିଥିଲେ। ଏଥିସହିତ ତାଙ୍କୁ ଟିକା ଲଗାଇ ତାଙ୍କ ଲମ୍ବା ଆୟୁଷ ପାଇଁ ପ୍ରାର୍ଥନା କରିଥିଲେ।

ଆଲେଖ୍ୟ – ପ୍ରତିଜ୍ଞା ମିଶ୍ର

Leave A Reply