ଚର୍ଚ୍ଚାରେ ଫିରିଙ୍ଗିଆ ବ୍ଳକ, ଶାନ୍ତି ପାଇଁ ବ୍ଳକ ପରିସରରେ ହୋମଯଜ୍ଞ

ଫୁଲବାଣୀ: ଚର୍ଚ୍ଚାରେ କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଳକ। ଆଜି ବ୍ଳକ ପରିସରରେ ଶାନ୍ତି ପାଇଁ ଅନୁଷ୍ଠିତ ହୋଇଯାଇଛି ଏକ ହୋମଯଜ୍ଞ ସହିତ ନବଗ୍ରହ ପୂଜା।

ପ୍ରକାଶଯେ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କ ସ୍ତ୍ରୀଙ୍କର ତାଙ୍କ ସରକାରୀ ବାସଭବନରେ ଆତ୍ମହତ୍ୟା ଘଟଣା ସମଗ୍ର ଜିଲାରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ଏହି ଘଟଣାକୁ ପାଞ୍ଚଦିନ ନପୁରୁଣୁ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଜଣେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଆତ୍ମହତ୍ୟା ଘଟଣା ମଧ୍ୟ ବେଶ୍‍ ଆଲୋଚ୍ୟର ବିଷୟ ହୋଇଥିଲା। ଲଗାଦାର ୨ଟି ଏଭଳି ଘଟଣା ପରେ ବ୍ଲକ ପରିସରରେ ଥିବା ସରକାରୀ ବାସଭବନ ମାନଙ୍କରେ ନିଜ ପରିବାରମାନଙ୍କୁ ନେଇ ରହୁଥିବା ଅନ୍ୟ କର୍ମଚାରୀ ଓ ବ୍ଲକରେ କାର୍ଯ୍ୟରତ ପ୍ରାୟ ସମସ୍ତ କର୍ମଚାରୀମାନଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେବା ସହ କର୍ମଚାରୀମାନେ ଏହି ଘଟଣାକୁ ନେଇ ଗଭୀର ଭାବରେ ମର୍ମାହତ ହୋଇପଡିଥିଲେ। ତେବେ ଫିରିଙ୍ଗିଆ ଅଂଚଳର ଜନୈକ ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ମଙ୍ଗଳବାର ବ୍ଲକ ପରିସରରେ ନବଗ୍ରହ ଶାନ୍ତି ହୋମ ଯଜ୍ଞ ଆୟୋଜନ ହୋଇଥିବା ଦେଖାଯାଇଛି। ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ମୁଖ୍ୟ କିରାଣୀ ସନ୍ତୋଶ କୁମାର ପାଢିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ହୋମକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଫିରିଙ୍ଗିଆ ବ୍ଲକ ଦାୟିତ୍ୱରେ ଥିବା ଫୁଲବାଣୀ ବିଡିଓ ଶାନ୍ତନୁ କୁମାର ନାଏକ ପୂଜାରେ କର୍ତ୍ତାଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ନବଗ୍ରହ ପୂଜାରେ ଫିରିଙ୍ଗିଆ ପଂଚାୟତ ସମିତି ଅଧ୍ୟକ୍ଷ ଲାଲନନ୍ଦା ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ପାତ୍ର, ସୁମନ୍ତ କୁମାର ଭୋଇ, ଅଶୋକ କୁମାର ପାଢି, ବ୍ଲକର ଏପିଓ ଶୁମନ୍ତ କୁମାର ଉତଥାନ ସିଂ, ହିସାବ ରକ୍ଷକ ଅନୁଗ୍ରହ ସଚିନ ଜାତେ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଗନ୍ନାଥ ରଣା, ସୁକାନ୍ତ ପଟ୍ଟନାୟକ, ଗ୍ରାମ ପଞ୍ଚାୟତ ଅଧିକାରୀ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରବିନ୍ଦ୍ର ବେହେରା, ଗ୍ରାମ ରୋଜଗାର ସେବକ ସଞ୍ଜୟ କୁମାର ଦେହୁରି, ଗୈାର ଚନ୍ଦ୍ର କହଁର, ଜିଆରଏସ ରାକେଶ ପଣ୍ଡା, ଜିତେନ୍ଦ୍ର ଆଚାର୍ଯ୍ୟଙ୍କ ସହ ବ୍ଲକରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.