ଆରମ୍ଭ ହେଲା ଜିଓମି ରେଡମି ନୋଟ-୫ପ୍ରୋ ଏବଂ ଏମ୍‍ଆଇ ଟିଭିର ବିକ୍ରି

0

ନୂଆଦିଲ୍ଲୀ : ଜିଓମିର ‘ରେଡମି ନୋଟ-୫ପ୍ରୋ’ ଏବଂ ‘ଏମ୍‍ଆଇ ଟିଭି’ର ବିକ୍ରି ବୁଧବାର ଠାରୁ ଆରମ୍ଭ ହୋଇଛି। ବୁଧବାର ୧୨ଟା ସମୟରୁ ଉଭୟ ଫୋନ୍‍ ଏବଂ ଟିଭିର ବୁକିଂ ଫ୍ଲିପକାର୍ଟ ଏବଂ ଏମ୍‍ଆଇ ଡଟ୍‍ କମ୍‍ ରେ ଉପଲବ୍ଧ ହୋଇଛି। ଏହି ଫୋନ୍‍ର ପ୍ରତିଦ୍ୱନ୍ଦିତା ଆସସ୍‍ ଜେନ୍‍ ଫୋନ୍‍ ମ୍ୟାକ୍ସ ପ୍ରୋ ଏମ୍‍-୧ ସହିତ ହେବ। ଏହି ଟିଭିର ଆରମ୍ଭ ବିକ୍ରି ୧୩,୯୯୯ଟଙ୍କାରୁ ହେବ।
‘ରେଡମି ନୋଟ-୫ ପ୍ରୋ’ର ମୂଲ୍ୟ ଏବଂ ବିଶେଷତ୍ୱ
ଏହି ଫୋନ୍‍ରେ ସ୍ନାପଡ୍ରାଗନ ୩୩୬ ପ୍ରୋସେସର୍‍ ରହିଛି। ଏଥିରେ ୬ଜିବି ରାମ୍‍ ମିଳିବ। ଏହି ଫୋନ୍‍ରେ ଆଇଫୋନ୍‍-ଏକ୍ସ ଭଳି ଡୁଆଲ ରିୟର କ୍ୟାମେରା ସେଟଅପ୍‍ ରହିଛି। ଏଥିରେ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲର ଦିଆଯାଇଛି। ଏହାର ଆଗପଟ କ୍ୟାମେରା ୨୦ମେଗାପିକ୍ସେଲ୍‍ ର ରହିଛି। ଫୋନ୍‍ରେ ରିୟର ଏବଂ ଆଗପଟ ଦୁଇଟି କ୍ୟାମେରା ସହିତ ବ୍ୟୁଟି ୪.୦ଫିଚର ମିଳିବ। ଯାହା ସାହାଯ୍ୟରେ ଆପଣ ଭଲ ଫଟୋ ଏଡିଟିଙ୍ଗ୍‍ କରିପାରିବେ।
ଏଥିରେ ୫.୯୯ଇଞ୍ଚ୍‍ ର ଡିସପ୍ଲେ ଦିଆଯାଇଛି। ଏହା ବ୍ୟତୀତ ଫୋନ୍‍ରେ ୪୦୦୦ଏମ୍‍ଏଚ୍‍ ବ୍ୟାଟେରୀ, ଆଣ୍ଡ୍ରଏଡ୍‍ ନୁଗଟ୍‍ ୭.୦, ଟିପଚିହ୍ନ ସେନ୍‍ସର୍‍ ଏବଂ ଫେସ୍‍ ଅନଲକ୍‍ ଫିଚର ରହିଛି। ‘ରେଡମି ନୋଟ୍‍-୫ ପ୍ରୋ’ ର ୪ଜିବି/୬୪ଜିବି ମଡେଲର ମୂଲ୍ୟ ୧୪,୯୯୯ଟଙ୍କା ରହିଛି, ସେହିପରି ୬ଜିବି/୬୪ଜିବି ମଡେଲ ର ମୂଲ୍ୟ ୧୬,୯୯୯ଟଙ୍କା। ‘ରେଡମି ନୋଟ୍‍-୫ ପ୍ରୋ’ ସହିତ ଜିଓ ତରଫରୁ ୨,୨୦୦ଟଙ୍କାର କ୍ୟାସବ୍ୟାକ୍‍ ମିଳିବ।
୪୩ ଇଞ୍ଚ୍‍ ର ଏମ୍‍ ଆଇ ଟିଭି ୪ଏରେ ଫୁଲ ଏଚ୍‍ଡି ଡିସପ୍ଲେ, ୧ଜିବି ରାମ୍‍ ଏବଂ ୮ଜିବି ଷ୍ଟୋରେଜ୍‍ ରହିଛି। ଏଥିରେ କ୍ୱାଡ୍‍କୋର ଆମ୍‍ଲୋଜିକ୍‍ ଟି ୯୬୨ ୬୪ବିଟ୍‍ ପ୍ରୋସେସର୍‍ ରହିଛି ଏବଂ ସଂଯୋଗ ପାଇଁ ୱାଇ-ଫାଇ ୮୦୨.୧୧ଏସି(୨.୪/୫ ଜିଏଚ୍‍ଜେଡ୍‍ ଡୁଆଲ ବ୍ୟାଣ୍ଡ୍‍ ୱାଇ-ଫାଇ), ବ୍ଲୁଟୁଥ ୪.୨, ଡଲବି ଡିଟିଏସ୍‍ ଅଡିଓ ରହିଛି। ଏହା ଟିଭିର ଏଚ୍‍ଡିଆର-୧୦ ଏବଂ ଏଚ୍‍ଏଲଜିକୁ ମଧ୍ୟ ସପୋର୍ଟ କରିଥାଏ। ଏହାର ମୂଲ୍ୟ ୨୨,୯୯୯ ଟଙ୍କା ରଖାଯାଇଛି।

୩୨ ଇଞ୍ଚ୍‍ ଏମ୍‍ଆଇ ଟିଭି ୪ଏ ର ମୂଲ୍ୟ ଏବଂ ବିଶେଷତ୍ୱ
୩୨ଇଞ୍ଚ୍‍ ଜିଓମି ଏମ୍‍ଆଇ ଟିଭି ୪ଏର ମୂଲ୍ୟ ୧୩,୯୯୯ଟଙ୍କା ରଖାଯାଇଛି। ଏଥିରେ ମଧ୍ୟ ଫୁଲ ଏଚ୍‍ଡି ଡିସପ୍ଲେ, କ୍ୱାଡକୋର୍‍ କୋରଟେକ୍ସ-ଏ୫୩ ପ୍ରୋସେସର ରହିଛି। ଯାହାର ସ୍ପିଡ୍‍ ୧.୫ଜିଏଚ୍‍ଜେଡ୍‍ ରହିଛି। ଏହା ବ୍ୟତୀତ ଏଥିରେ ୧ଜିବି ରାମ୍‍, ୮ଜିବି ଷ୍ଟୋରେଜ୍‍ ଏବଂ ଗ୍ରାଫିକ୍ସ ପାଇଁ ଗଲି-୪୫୦ ଏମପିଥ୍ରି ଜିପିୟୁ ଦିଆଯାଇଛି। ସଂଯୋଗ ପାଇଁ ୱାଇ-ଫାଇ, ୟୁଏସବି, ୨ ଏଚ୍‍ଡି ଏମଆଇ ପୋର୍ଟ ଏବଂ ଏଭି ପୋର୍ଟ ରହିଛି।
ଏମଆଇ ଟିଭି-୪ ର ମୂଲ୍ୟ ଏବଂ ବିଶେଷତ୍ୱ
ଏହି ଏଲଇଡି ଟଭିରେ ୫୫ଇଞ୍ଚ୍‍ର ଡିସ୍‍ପ୍ଲେ ଦିଆଯାଇଛି। ଏହା ୪.୯ଏମ୍‍ଏମ୍‍ ଅଲଟ୍ରା ଥିନ। କମ୍ପାନୀର କହିବା ଅନୁସାରେ ଏହି ଟିଭି ସାମସଙ୍ଗ୍‍ ଗ୍ୟାଲେକ୍ସି ଏସ୍‍-୮ ଠାରୁ ପତଳା, ଏଥିରେ ୪କେ ଏଚ୍‍ଡି ରିଜୋଲ୍ୟୁସନ ମିଳିବ। ଏଥିରେ ୨ଜିବି ରାମ୍‍, ୱାଇ-ଫାଇ, ବ୍ଲୁଟୁଥ ୪.୦ ପାଇପାରିବେ। ଏହାର ମୂଲ୍ୟ ୩୯,୯୯୯ଟଙ୍କା ରଖାଯାଇଛି।

Leave A Reply