ବଜାରକୁ ଆସିଲା ଜିଓମିର ୪-ଜି ଫିଚର ଫୋନ, ଜିଓ ସହିତ ହେବ ଟକ୍କର

0

ନୂଆଦିଲ୍ଲୀ : ଚୀନର ମୋବାଇଲ ନିର୍ମାତା କମ୍ପାନୀ ଜିଓମି ଏବେ ନଜର ପକାଇଛି ଶସ୍ତା ୪-ଜି ଫିଚର ଫୋନ ଉପରେ। ଜିଓମି କମ୍ପାନୀ ତରଫରୁ ଏବେ ଏକ ନୂଆ ଫିଚର ଫୋନ ଲଞ୍ଚ୍‍ କରାଯାଇଛି। ଏହି ୪-ଜି ଫିଚର ଫୋନର ନାମ ‘କ୍ୱିନ୍‍ ଏଆଇ’ ରଖାଯାଇଛି। ଏହି ଫୋନ ଏବେ କେବଳ ଚୀନ ବଜାରରେ ହିଁ ଲଞ୍ଚ୍‍ କରାଯାଇଛି। ଏହି ଫୋନ୍‍ରେ ରିୟଲ ଟାଇମ୍‍ ଭାଷା ଅନୁବାଦର ସୁବିଧା ଦିଆଯାଇଛି। ଯାହା ୧୭ଟି ଭାଷାକୁ ସପୋର୍ଟ କରିଥାଏ। ଏହି ଫୋନ୍‍ରେ ୪-ଜି ସହିତ ଭୋଲଟିଇ ସପୋର୍ଟ ମଧ୍ୟ ଦିଆଯାଇଛି।
‘ଜିଓମି କ୍ୱିନ ଏଆଇ’ ୪-ଜି ଫୋନ୍‍ର ମୂଲ୍ୟ
ଚୀନରେ ଏହି ଫୋନର ମୂଲ୍ୟ ୧୯୯ଚୀନ ୟାନ, ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ୨,୦୦୦ଟଙ୍କା ରହିଛି। ଏହି ଫୋନ୍‍ର ବିକ୍ରି ଜିଓମିର ଚମ୍‍ ଫଣ୍ଡିଙ୍ଗ୍‍ ପ୍ରୋଗ୍ରାମରେ ହେଉଛି।
‘ଜିଓମି କ୍ୱିନ ଏଆଇ’ ୪-ଜି ଫୋନ୍‍ର ବିଶେଷତ୍ୱ
ଏହି ଫୋନ୍‍ରେ ଆଣ୍ଡ୍ରଏଡ୍‍ ଆଧାରିତ ମୋକର ୫ ଓଏସ୍‍ ଦିଆଯାଇଛି। ଏହା ବ୍ୟତୀତ ଏଥିରେ ୟୁଏସବି ଟାଇପ୍‍-ସି ପୋର୍ଟ, ୧୪୮୦ଏମ୍‍ଏଚ୍‍ ବ୍ୟାଟେରୀ ଏବଂ ରିୟଲ ଟାଇମ୍‍ ଅନୁବାଦ ଦିଆଯାଇଛି। ଫୋନ୍‍ରେ ୨.୮ଇଞ୍ଚ୍‍ର ଡିସପ୍ଲେ ଏବଂ କ୍ୱାଡକୋର ପ୍ରୋସେସର୍‍ ଦିଆଯାଇଛି। ଏହି ଫୋନ୍‍ରେ ୨୫୬ଏମବି ରାମ୍‍ ଏବଂ ୫୧୨ଏମ୍‍ବି ଷ୍ଟୋରେଜ୍‍ ରହିଛି। ଏହା ବ୍ୟତୀତ ଫୋନ୍‍ରେ ୩.୫ ଏମଏଚ୍‍ ଜ୍ୟାକ୍‍ ଦିଆଯାଇଛି।

Leave A Reply