ଖୁବ୍‍ଶୀଘ୍ର ବଜାରକୁ ଆସିବ ଜିଓମୀର ୪୮ମେଗାପିକ୍ସେଲ୍‍ କ୍ୟାମେରା ଥିବା ସ୍ମାର୍ଟଫୋନ

0

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମୀ ଖୁବଶୀଘ୍ର ବଜାରକୁ ଆଣିବ ୪୮ମେଗାପିକ୍ସେଲର କ୍ୟାମେରା ଥିବା ଏକ ନୂଆ ସ୍ମାର୍ଟଫୋନ। ଜିଓମୀର ପ୍ରେସିଡେଣ୍ଟ ଲିନ୍‍ ବିନ୍‍ ଚୀନର ସାମାଜିକ ଗଣମାଧ୍ୟମ ଆପ ୱେବରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରୁ ଏହି ସୂଚନା ମିଳିଛି। ଏହାସହିତ କିଛିଦିନତଳେ ଆୟୋଜିତ ହୋଇଥିବା କ୍ୱାଳକମ୍ର ୪ଜି/୫ଜି ସମିଟିରେ ଜିଓମୀ ଇଣ୍ଡିଆର ଏମ୍‍ଡି ମୁନ କୁମାର ଜେନ୍‍ ମଧ୍ୟ କହିଥିଲେ କମ୍ପାନୀ ସ୍ନାପଡ୍ରାଗନ ୬୭୫ପ୍ରୋସେସର ସହିତ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବ, ଯେଉଁଥିରେ ୪୮ମେଗାପିକ୍ସେଲର କ୍ୟାମେରା ରହିବ। ଏହି ଫୋନକୁ ୨୦୧୯ମସିହାରେ ଲଞ୍ଚ କରାଯିବ। ୪୮ମେଗାପିକ୍ସେଲର ଏହି ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୬୭୫ପ୍ରୋସେସର, ୫ଜି ସପୋର୍ଟ, ଗ୍ରାଫିକ୍ସ ପାଇଁ ଏଡ୍ରୋନୋ ୬୧୨ଜିପିୟୁ ଭଳି ଫିଚର୍ସ ମିଳିବ।

Leave A Reply