ବଜାରରେ ଜିଓମିର ପ୍ରଥମ ଓୟାରଲେସ୍ ପାୱାରବ୍ୟାଙ୍କ

ମୂଲ୍ୟ ମାତ୍ର ୨ହଜାର ୪୯୯ ଟଙ୍କା

– ଏମଆଇ ଓୟାରଲେସ୍ ପାୱାରବ୍ୟାଙ୍କ ମୂଲ୍ୟ ୨ହଜାର ୪୯୯ ଟଙ୍କା
– ଦୁଇଟି ଫୋନ୍ ଏକା ସାଙ୍ଗରେ ଚାର୍ଜ ହୋଇପାରିବ
ନୂଆଦିଲ୍ଲୀ : ଜିଓମି ଭାରତରେ ତାର ପ୍ରଥମ ଓୟାରଲେସ୍ ପାୱାରବ୍ୟାଙ୍କ ଲଞ୍ଚ କରିଛି। ଜିଓମିର ଏହି ପାୱାର୍ ବ୍ୟାଙ୍କର ନାମ ଏମଆଇ ଓୟାରଲେସ୍ ପାୱାରବ୍ୟାଙ୍କ । ଏହାର କ୍ଷମତା ୧୦ହଜାର ଏମ୍ଏଚ୍ ଅଟେ। ଏଥିରେ ୧୦ ୱାଟର ଓୟାରଲେସ୍ ଚାର୍ଜିଂ ସପୋର୍ଟ ରହିଛି। କ୍ୟୁଆଇ ଦ୍ବାରା ସାର୍ଟିଫାଏଡ୍ ଏହି ପାୱାରବ୍ୟାଙ୍କରେ ମଧ୍ୟ ଟୁ-ୱେ ଚାର୍ଜିଂର ସମର୍ଥନ ମିଳିବ। ଏହାର ଅର୍ଥ ଏଥିରେ ଏକାଥରେ ଦୁଇଟି ଫୋନ ଚାର୍ଜ କରିପାରିବେ। ଏଥିରେ ଟାଇପ୍-ସି ଇନପୁଟ୍ ରହିଛି। ଯଦିଓ ଜିଓମିର ଏହି ପାୱାର୍ ବ୍ୟାଙ୍କରେ ଆପଣ ବର୍ତ୍ତମାନ ଜିଓମି ଫୋନ୍ ଚାର୍ଜ କରିପାରିବେ ନାହିଁ। କାରଣ ଭାରତରେ କୌଣସି ଜିଓମି ଫୋନ୍ ନାହିଁ ଯାହା ଓୟାରଲେସ ପାୱାରବ୍ୟାଙ୍କ ଦ୍ବାରା ଚାର୍ଜ ହେବ। ଏମଆଇର ୧୦ହଜାର ଏମଏଚ୍ ଓୟାରଲେସ୍ ପାୱାରବ୍ୟାଙ୍କ ମୂଲ୍ୟ ୨ହଜାର ୪୯୯ଟଙ୍କା। ଏହାର ଓଜନ ୨୩୦ ଗ୍ରାମ।

Comments are closed.