ନୂଆଦିଲ୍ଲୀରେ ଆରମ୍ଭ ହେଲା ବିଶ୍ୱ ବାଣିଜ୍ୟ ସଙ୍ଗଠନ ମନ୍ତ୍ରୀସ୍ତରୀୟ ବୈଠକ

ନୂଆଦିଲ୍ଲୀ: ବିଶ୍ୱ ବାଣିଜ୍ୟ ସଙ୍ଗଠନ ମନ୍ତ୍ରୀସ୍ତରୀୟ ବୈଠକ ସୋମବାର ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ବିଶ୍ୱ ବାଣିଜ୍ୟ ସଙ୍ଗଠନ ବହୁ ଗୁରୁତର ଆହ୍ୱାନର ସମ୍ମୁଖୀନ ହେଉଥିବା ବେଳେ ଏହି ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସେଗୁଡ଼ିକର ସମାଧାନ ଖୋଜି ବାହାର କରିବାପାଇଁ ମନ୍ତ୍ରୀମାନେ ସୁଯୋଗ ପାଇବେ। ବୈଠକର ପ୍ରଥମ ଦିନରେ ଅଂଶଗ୍ରହଣକାରୀ ଦେଶଗୁଡ଼ିକର ବରିଷ୍ଠ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଆଲୋଚନା ହେଉଛି। ମଙ୍ଗଳବାର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ୧୬ଟି ଉନ୍ନତ ଦେଶ ଓ ୬ଟି ସ୍ୱଳ୍ପ ବିକଶିତ ଦେଶ ଅଂଶଗ୍ରହଣ କରୁଛନ୍ତି। ସେଗୁଡ଼ିକ ମଧ୍ୟରେ ଚୀନ୍‍, ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍‍ ସାଉଦୀ ଆରବ, ଟର୍କୀ, କାଜାଖସ୍ତାନ ଓ ବାଂଲାଦେଶ ରହିଛନ୍ତି। ବିଶ୍ୱ ବାଣିଜ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ରବର୍ଟୋ ଆଜେବେଡୋ ମଧ୍ୟ ବୈଠକରେ ଅଂଶଗ୍ରହଣ କରୁଛନ୍ତି।

ଏହି ଦୁଇ ଦିନିଆ ବୈଠକରେ ଯେଉଁ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ, ସେଗୁଡିକ ହେଉଛି ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟାର ତୁରନ୍ତ ସମାଧାନ କରିବା, ବିକାଶଶୀଳ ଦେଶଗୁଡିକୁ ପ୍ରାଥମିକତା ଦେବା, ଦେଶ ଦେଶ ମଧ୍ୟରେ ବୁଝାମଣା ଏଜେଣ୍ଡା ସ୍ଥିର କରିବା ଓ ସେଗୁଡିକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରାଇବା ଅନ୍ୟପକ୍ଷରେ ବିକାଶଶୀଳ ଦେଶଗୁଡିକ ଆପୋଷ ସ୍ୱାର୍ଥ ଜଡିତ ପ୍ରସଙ୍ଗ ଦିଗରେ କାର୍ଯ୍ୟ କରିବାକୁ ଭାରତ କହିଛି।

Comments are closed.