ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ: ଭାରତ ୨୧୭, ନ୍ୟୁଜିଲାଣ୍ଡ ୧୦୧/୨

ସାଉଥାମ୍ପଟନ: ୮ମ ଟେଷ୍ଟମ୍ୟାଚ୍‌ରେ ୫ମ ଥର ନ୍ୟୁଜିଲାଣ୍ଡର ଫାଷ୍ଟବୋଲର କାଏଲ୍‌ ଜେମିସନ୍ ଏକ ଇନିଂସରେ ୫ଟି ୱିକେଟ ନେଇଛନ୍ତି। ଫଳରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ଫାଇନାଲରେ ଭାରତ ପ୍ରଥମ ଇନିଂସରେ ୨୧୭ ରନ୍‌ରେ ସମସ୍ତ ୱିକେଟ ହରାଇଛି। ପେସ୍ ବୋଲିଂ ପାଇଁ ସହାୟକ ପିଚ୍ ଓ ବାତାବରଣରେ ନ୍ୟୁଜିଲାଣ୍ଡର ୫ ଜଣିଆ ପେସ୍ ବାହିନୀ ଘାତକ ବୋଲିଂ କରିଥିଲା। ଫଳରେ ୨ୟ ଦିନ ଶେଷରେ ଭଲ ସ୍ଥିତି​‌ରେ ଥିବା ଭାରତର ପ୍ରଥମ ଇନିଂସରେ ୨୧୭ ରନ୍‌ରେ ଅଟକି ଯାଇଥିଲା। ୨ୟ ଦିନରେ ଭାରତ ପ୍ରଥମ ଇନିଂସରେ ୩ ୱିକେଟ ହରାଇ ୧୪୬ ରନ୍ କରିଥିଲା। ରବିବାର ୩ୟ ଦିନରେ ଭାରତ ଆଉ ମାତ୍ର ୭୧ ରନ୍ ଯୋଗକରି ବାକି ୭ଟି ୱିକେଟ ହରାଇ ଅଲ୍ଆଉଟ ହୋଇ ଯାଇଥିଲା।

ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ ଆରମ୍ଭକରି ଲଢ଼ୁଆ ବ୍ୟାଟିଂ କରିଛି। ସର୍ବଶେଷ ସମ୍ବାଦ ମିଳିବା ବେଳକୁ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨ ୱିକେଟ ହରାଇ ୧୦୧ ରନ୍ କରିପାରିଛି। ୭୦ ରନ୍‌ର ଓପ୍‌ନର ଭାଗିଦାରୀ ପରେ ଓପ୍‌ନର ଟମ୍ ଲାଥାମ୍ ଆଉଟ ହୋଇଥିଲେ। ୩୦ ରନ୍ କରିଥିବା ଲାଥାମ୍‌ଙ୍କୁ ରବିଚନ୍ଦ୍ରନ ଅଶ୍ବିନ ଆଉଟ କରିଥିଲେ। ଅନ୍ୟ ଓପ୍‌ନର ଡେଭନ୍ କନ୍‌ୱେ ୫୪ ରନରେ ଆଉଟ ହୋଯାଇଥିଲେ। ନ୍ୟୁଜିଲାଣ୍ଡ ରବିବାର ଖେଳ ଶେଷ ସୁଦ୍ଧା ୪୯ ଓଭରରେ କେନ ୱିଲିୟମ୍‌ସନ ୧୨ ରନ ଓ ରସ ଟେଲର କୌଣସି ରନ ନ କରି ଅପରାଜିତା ଅଛନ୍ତି।

Comments are closed.