ସ୍ୱାଇନ ଫ୍ଲୁରେ ୧୬୯ ମୃତ , ୪୫୭୧ ଆକ୍ରାନ୍ତ

0

ନୂଆଦିଲ୍ଲୀ .. – ଦେଶରେ ସ୍ୱାଇନ ଫ୍ଲୁ ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସ୍ୱାଇନ ଫ୍ଲୁରେ ୧୬୯ ଜଣଙ୍କର ସରକାରୀ ଭାବେ ମୃତ୍ୟୁ ହୋଇଥିବା ବେଳେ ୪,୫୭୧ ଜଣ  ଆକ୍ରାନ୍ତ ହୋଇଛନ୍ତି । କେବଳ ରାଜସ୍ଥାନାରୁ ଏଥିରୁ ୪୦ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି ।

ସରକାରୀ ତଥ୍ୟ ଅନୁସାରେ ରାଜସ୍ଥାନର ୧୯୧୧ ଜଣ ଲୋକ ସ୍ୱାଇନଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୭୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗୁଜୁରାଟରେ ୬୦୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ।

ଦିଲ୍ଲୀର ୫୩୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ କାହାରି ମୃତ୍ୟୁ ହୋଇ ନାହିଁ ।  ପଞ୍ଜାବର ୧୭୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ହରିୟାନାର ୩୭୨ ଜଣ ଆକ୍ରାନ୍ତ ୮ ଜଣଙ୍କର ମୃତ୍ୟୁ ଓ ମହାରାଷ୍ଟ୍ରରେ ୮୨ ଜଣ ଆକ୍ରାନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply