ସାମାଜିକ ଗଣମାଧ୍ୟମରେ ଭୁଲ କରୋନା ତଥ୍ୟ : ହଟାଇବାକୁ କହିଲା ଆଇଟି ମନ୍ତ୍ରଣାଳୟ

ନୂଆଦିଲ୍ଲୀ : କରୋନା ସମ୍ପର୍କିତ ଭୁଲ୍ ଓ ବିଭ୍ରାନ୍ତକାରୀ ଫଟୋ, ଭିଡିଓ ଓ ତଥ୍ୟ ସବୁକୁ ହଟାଇବା ଲାଗି ସୂଚନା ପ୍ରଯୁକ୍ତି (ଆଇଟି) ମନ୍ତ୍ରଣାଳୟ ସମସ୍ତ ସାମାଜିକ ଗଣମାଧ୍ୟମ କମ୍ପାନୀଙ୍କୁ ନିର୍ଦେଶ ଦେଇଛି। ଫେସବୁକ୍‌, ଟ୍ବିଟର, ହ୍ବାଟ୍ସଆପ୍‌, ଇନଷ୍ଟାଗ୍ରାମ ଭଳି ସାମାଜିକ ଗଣାମଧ୍ୟମରେ କରୋନା ସମ୍ପର୍କିତ ପ୍ରାୟ ୧୦୦ଟି ପୁରୁଣା ତଥ୍ୟ ରହିଛି। ଏହା ତଥ୍ୟଗୁଡିକ ବହୁତ ପୁରୁଣା, ଅପ୍ରାସଙ୍ଗିକ ଓ କରୋନା ସମ୍ପର୍କିତ ଭୁଲ୍ ତଥ୍ୟ। ଏଗୁଡିକୁ ହଟାଇବା ଲାଗି ନିର୍ଦେଶ ଦିଆଯାଇଥିବା ଆଇଟି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ରବିବାର କହିଛନ୍ତି। ସମଗ୍ର ଦେଶ କରୋନା ବିରୋଧରେ ଲଢେଇ କରୁଥିବାବେଳେ କେତେକ ଲୋକ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭୁଲ୍ ତଥ୍ୟ ପ୍ରକାଶ କରୁଛନ୍ତି। ଏହାଦ୍ବାରା ଲୋକେ ଭୟଭୀତ ହେଉଛନ୍ତି। ତେଣୁ ଏ ସବୁ ତଥ୍ୟକୁ ଠାବ ପୂର୍ବକ ହଟାଯିବା ଦରକାର।

Comments are closed.