ଆଖି ପାର୍ଶ୍ୱରେ ଚର୍ମକୁଞ୍ଚନ ପଡ଼ୁଥିବା ବ୍ୟକ୍ତି ହୋଇଥା’ନ୍ତି ବହୁତ ବିଶ୍ୱସ୍ତ

0

କିଛିଦିନ ତଳେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ହସିବା ସମୟରେ ଯେଉଁ ବ୍ୟକ୍ତିଙ୍କ ଆଖି ଆଖପାଖରେ ଚର୍ମକୁଞ୍ଚନ ପଡ଼ିଥାଏ, ସେମାନଙ୍କୁ ଲୋକେ ଅଧିକ ବିଶ୍ୱସ୍ତ ବୋଲି ଭାବିଥା’ନ୍ତି। କାନାଡ଼ା ୱେଷ୍ଟର୍ଣ୍ଣ ୟୁନିଭରସିଟିର ବିଶେଷଜ୍ଞମାନଙ୍କ ମତ ଅନୁସାରେ, ଆମ ମସ୍ତିଷ୍କ ଏପରି ହୋଇଥାଏ ଯେ ତାହା ଆଖି ପାଖରେ ହେଉଥିବା କୁଞ୍ଚନକୁ ବହୁତ ବିଶ୍ୱସ୍ତ ହେବାର ପ୍ରତୀକ ଭାବି ନେଇଥାଏ। ଆଖି ପାଖେ ହେଉଥିବା କୁଞ୍ଚନକୁ ‘ଡ୍ୟୁକେନ୍‍ ମାର୍କର’ କୁହାଯାଏ। ବିଭିନ୍ନ ପ୍ରକାର ମାନସିକ ଭାବନାକୁ ବ୍ୟକ୍ତ କରିବା ଦ୍ୱାରା ଏହା ହସ, କଷ୍ଟ ଓ ଦୁଃଖ ମାଧ୍ୟମରେ ବାହାରକୁ ଦେଖାଯାଇଥାଏ। ଗବେଷଣାରେ ବିଶେଷଜ୍ଞମାନେ ପରୀକ୍ଷାପାଇଁ ମନୋନୀତ କରିଥିବା ଲୋକମାନଙ୍କୁ କିଛି ଫଟୋର ଦୃଶ୍ୟ ଦେଖାଇଥିଲେ। ସେମାନଙ୍କ ମଧ୍ୟରେ କିଛି ଲୋକଙ୍କର ଡ୍ୟୁକେନ୍‍ ମାର୍କର ଥିଲା ଓ ଆଉ କିଛିଙ୍କର ନଥିଲା। ବିଶେଷଜ୍ଞମାନେ ଜାଣିବାକୁ ଚାହୁଁଥିଲେ, ଆମ ମସ୍ତିଷ୍କ କେଉଁ ପ୍ରକାର ଭାବକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବିଥାଏ। ବିଶେଷଜ୍ଞ ଜୁଲିଓ ମାର୍ଟିନେଜ୍‍ଙ୍କ ମତ ଅନୁସାରେ ଏହି ଗବେଷଣାରେ ଡ୍ୟୁକେନ୍‍ ମାର୍କର ଥିବା ବ୍ୟକ୍ତିମାନେ ଅଧିକ ପ୍ରଭାବଶାଳୀ ଥିଲେ। ତେଣୁ ଭାବ ଯେତେ ଅଧିକ ହେବ ଆପଣଙ୍କ ମସ୍ତିକ ବହୁତ ସମୟ ପର୍ଯ୍ୟନ୍ତ ତାକୁ ମନେ ରଖିଥାଏ ଓ ଡ୍ୟୁକେନ୍‍ ମାର୍କର ଥିବା ବ୍ୟକ୍ତିଙ୍କୁ ମସ୍ତିଷ୍କ ଅଧିକ ବିଶ୍ୱସ୍ତ ମାନିଥାଏ।

Leave A Reply