ଟେଷ୍ଟ ସିରିଜ୍ ଖେଳିପାରିବେ ଋଦ୍ଧିମାନ : ଗାଙ୍ଗୁଲି

କଲକାତା: ସାମାନ୍ୟ ଆହତ ଥିଲେ ହେଁ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଋଦ୍ଧିମାନ ଶାହା ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିପାରିବେ ବୋଲି କହିଛନ୍ତି ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି। ଆସନ୍ତାମାସ ୧୭ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଆରମ୍ଭହେବ। ମାସେ ସମୟ ଥିବାରୁ ସେତେବେଳକୁ ଋଦ୍ଧିମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିବେ ବୋଲି ଗାଙ୍ଗୁଲି ଆଶା କରିଛନ୍ତି। ଆଇପିଏଲ୍‌ ଖେଳିବା ବେଳେ ଋଦ୍ଧିମାନ ଆହତ ହୋଇଥିଲେ। ଭାରତୀୟ ଦଳ ସହ ଋଦ୍ଧିମାନ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ଋଦ୍ଧିମାନ ଟେଷ୍ଟମ୍ୟାଚ୍‌ରେ ଭାରତର ପ୍ରଥମ ପସନ୍ଦର ୱିକେଟ ରକ୍ଷକ। ୨ୟ ୱିକେଟ ରକ୍ଷକ ଭାବେ ଋଷଭ ପନ୍ତ୍ ଦଳରେ ଅଛନ୍ତି। ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତି ଯେ ରୋହିତ ଶର୍ମା ଏବେ ୭୦ ପ୍ରତିଶତ ଫିଟ୍‌ ଅଛନ୍ତି ଏବଂ ଟେଷ୍ଟ ସିରିଜ୍ ଆରମ୍ଭବେଳକୁ ସେ ସମ୍ପୂର୍ଣ୍ଣ ଫିଟ ହୋଇ ଯାଇଥିବେ ବୋଲି ଆଶା ରହିଛି।

Comments are closed.