କୁସ୍ତି ବିଶ୍ବକପରେ ଅଂଶଗ୍ରହଣ କରିବେ ନରସିଂହ

ନୂଆଦିଲ୍ଲୀ : ସର୍ବିଆରେ ଖେଳାଯିବାକୁ ଥିବା କୁସ୍ତି ବିଶ୍ବକପରେ ନରସିଂହ ଯାଦବ ଅଂଶଗ୍ରହଣ କରିବେ। ଶୁକ୍ରବାର ନରସିଂହଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ବିଶ୍ବକପରେ ଅଂଶଗ୍ରହଣ କରିବା ନେଇ ସ୍ପଷ୍ଟ ହୋଇଛି। ଡୋପିଂ ପାଇଁ ୪ ବର୍ଷ ବାସନ୍ଦ ହୋଇଥିବା ନରସିଂହଙ୍କ ଉପରୁ ବାସନ୍ଦ ଉଠିବା ପରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବେ। ଡିସେମ୍ବର ୧୪ରେ ବେଲଗ୍ରେଡ ଗସ୍ତ କରିବାକୁ ଥିବା ଭାରତୀୟ ଫ୍ରି ଷ୍ଟାଇଲ ଦଳରେ ନରସିଂହଙ୍କୁ ଭାରତୀୟ କୁସ୍ତି ମହାସଂଘ ପକ୍ଷରୁ ସାମିଲ କରାଯାଇଛି। ମୋତେ ସାମାନ୍ୟ ଥଣ୍ଡା ଅନୁଭୂତ ହୋଇଥିଲା। ଜ୍ବର ନଥିବାବେଳେ ସେଭଳି କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। କରୋନା ପରୀକ୍ଷା କରିବା ପରେ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏବେ ନିଜକୁ ଭଲ ଭ​‌ାବେ ଅଭ୍ୟାସ କରୁଛି ବୋଲି ନରସିଂହ କହିଛନ୍ତି। ବିଶ୍ବ ଚମ୍ପିଆନସିପ୍‌ ଓ ବିଶ୍ବକପ ଭଳି ପ୍ରତିଯୋଗିତା ଦୀର୍ଘ ସମୟ ପ​‌େ​‌ର ଆସିଥାଏ। ଏଥିରେ ଅଂଶଗ୍ରହଣ କରିବା ନେଇ କ୍ରୀଡ଼ାବିତ୍‌ମାନେ ନିଜକୁ ବର୍ଷବର୍ଷ ଧରି ପ୍ରସ୍ତୁତ କରିଥାନ୍ତି। ବାସନ୍ଦ ହେବା ପରେ କୋଭିଡ଼-୧୯ ମଧ୍ୟରେ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଓହ୍ଲାଇବା ବଡ ଆହ୍ବାନକର ବୋଲି ନରସିଂହ କହିଛନ୍ତି।

Comments are closed.