ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଶତ ବାର୍ଷିକ ଉପଲକ୍ଷେ ପ୍ରତିମୂର୍ତ୍ତି ତଳେ ପୁଷ୍ପମାଲ୍ୟ ଅର୍ପଣ

ଭୁବନେଶ୍ବର : ମହାତ୍ମାଗାନ୍ଧୀଙ୍କ ଓଡିଶାକୁ ଆଗମନର ଏକ ଶତ ବର୍ଷର ପୂର୍ତ୍ତି ଉପଲକ୍ଷେ କଟକ ମହାନଦୀ ବିହାର ସ୍ଥିତ ଡାକ ଲେଖା ଭବନରେ ଆଜି ଗାନ୍ଧୀଙ୍କ ସ୍ମୃତି ଉଦେଶ୍ୟରେ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତିରେ ନିର୍ଦେଶକ ଓ ସମସ୍ତ ଅଧିକାରୀମାନେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ଏକ ସଭାର ଆୟୋଜନ କରିଥିଲେ । ଏହି ସଭାରେ ନିର୍ଦେଶକ ପ୍ରଶାନ୍ତ କୁମାର ଦାଶ ସଭାପତିତ୍ୱ କରି ଗାନ୍ଧିଜୀଙ୍କ ଓଡିଶା ଆଗମନ ସମୟରେ ରେ ବିଭିନ୍ନ ସ୍ଥାନରେ ହୋଇଥିବା ସଭା ସମ୍ପର୍କରେ ଆଲୋକପାତ କରିଥିଲେ ଓ ଏହି ସଭାରେ ଲେଖା  ଅଧିକାରୀ ଧନେଶ୍ୱର ସାମଲ, ସୁରେନ୍ଦ୍ର ନାଥ ଦାଶ, ସ୍ଵାତିଲିନା ଜାଲ ଓ ସହାୟକ ଲେଖା ଅଧିକାରୀ ଗଦାଧର ରଥ, ହରେକୃଷ୍ଣ ଶିଅଳ, କାମାକ୍ଷ୍ୟା ପ୍ରସାଦ ପଣ୍ଡା, ଅବଦୁଲ ସମଦ, ତୁଷାର କାନ୍ତି ବାହାଲିଆ, ବିଜୟା ପ୍ରଧାନ, ମଧୁଲିତା ପ୍ରଧାନ, ଶୁଭେନ୍ଦୁ ସ୍ୱାଇଁ, ଶୁଭେନ୍ଦୁ ମହାନ୍ତି,ଯୁଧିଷ୍ଠିର ସାହୁ, ରାଜ କିଶୋର ସିଂହ ଓ ବରିଷ୍ଠ ଲେଖାକାର ପ୍ରମୋଦ ସିଂହ, ଚନ୍ଦ୍ରମଣି ମହାପାତ୍ର ଓ ଜଗନ୍ନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.