Basant Jena
FRIDAY
Messages are end-to-end encrypted. No one outside of this chat, not even WhatsApp, can read or listen to them. Click to learn more.
TODAY
୧୫ ଘଣ୍ଟା ଧରି ପଡି ରହିଲା କୋଭିଡ ଯୋଦ୍ଧା ଙ୍କ ମୃତ ଦେହ
ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ସହରରେ ସ୍ଵାସ୍ଥ୍ୟ ବିଭାଗ ର ବିକଳ ଚିତ୍ର
ଝାରସୁଗୁଡା୨୭/୯: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ତଥା ସହରରେ ଚରମ ଅବହେଳା । କୋଭିଡ ଯୋଦ୍ଧାଙ୍କ ମୃତ ଦେହକୁ ସମ୍ମାନ ଟିକିଏ ମିଳୁ ନଥିବା ବେଳେ । ସ୍ୱାସ୍ଥ୍ୟ ସେବା କଥା ପଚାରେ କିଏ ?
ଅଭିଯୋଗ ମତେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ କୋଭିଡ ଯୋଦ୍ଧାଙ୍କ ମୃତଦେହ ଦୀର୍ଘ ୧୫ ଘଣ୍ଟା ହେଲା ପଡି ରହିଥିଲା । ସେ ଆଉ କିଏ ନୁହଁନ୍ତି ବରଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହିଁ ଦୀର୍ଘ ୩୦ ବର୍ଷ ଧରି ଅସ୍ତ୍ରୋପଚାର ବିଭାଗ ରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ଶରତ ଚନ୍ଦ୍ର ପୋଡ଼ ।
ଡାକ୍ତରଖାନାରେ ହିଁ କାର୍ଯ୍ୟରତ ସମୟରେ ଗତ ୧୪ ତାରିଖରେ ସୁଶାନ୍ତ କରୋନା ସଂକ୍ରମଣ ର ଶିକାର ହୋଇଥିଲେ । ଜଣା ପଡିବା ପରେ କୋଭିଡ ଡାକ୍ତର ଖାନାରେ ଭର୍ତି ହୋଇଥିଲେ । ୨୪ ତାରିଖରେ ସେ ସୁସ୍ଥ ହୋଇଥିଲେ।
ସୁସ୍ଥ ହେବା ପରେ ଘରକୁ ଫେରି ଥିଲେ । ମାତ୍ର ପୁଣି ଅସୁସ୍ଥ ହେବାରୁ ଗତ କାଲି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଚିକିତ୍ସା ଧୀନ ଅବସ୍ଥାରେ ରବିବାର ସକାଳ ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଡାକ୍ତରଙ୍କ ଅବହେଳା ଯୋଗୁଁ ଶରତଙ୍କ ମୃତ୍ୟୁ ହୋଇଥିବା ବୋଲି ପରିବାର ପକ୍ଷରୁ କୁହାଯାଇଛି ।
ପରିବାର ଲୋକେ ମୃତ ଦେହ ନେବାକୁ ଦାବି କରିଥିଲେ ମାତ୍ର ଯେହେତୁ କୋଭିଡ ସଂକ୍ରମଣ ଆଶଙ୍କା ରହିଛି ଏଣୁ ଡାକ୍ତର ଖାନା କର୍ତ୍ତୃପକ୍ଷ ମୃତ ଦେହ ହସ୍ତାନ୍ତର କରି ନଥିଲେ କି କୋଭିଡ ମାର୍ଗଦର୍ଶିକା ଅନୁସାରେ ଦାହ ସଂସ୍କାର କରିନଥିଲେ ।
ଯାହାଫଳରେ ମୃତକଙ୍କ ସମ୍ପର୍କୀୟ ଓ ପରିବାର ସଦସ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଡି ରହିଥିଲେ। ଧୀରେ ଧୀରେ ଉତ୍ତେଜନା ବଢ଼ିବାରୁ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଓ ପୋଲିସ ପହଞ୍ଚି ଥିଲେ ।
ଶବ ବାହକ ଗାଡି ଅଚଳ ହୋଇ ପଡ଼ିଥିବାରୁ ବିଳମ୍ବ ହୋଇଥିଲା ବୋଲି ଡାକ୍ତର ଖାନା ତରଫରୁ କୁହାଯାଇଛି । କୋଭିଡ ମାର୍ଗଦର୍ଶିକା ଅନୁସାରେ ତାଙ୍କର ଶବ ସତ୍କାର କରାଯିବ ବୋଲି କୁହାଯାଇଛି ।
ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ସହରରେ ଏପରି ଅବ୍ୟବସ୍ଥା ବିଭାଗୀୟ ଅବହେଳା କୁ ପଦାରେ ପକାଇ ଦେଇଛି
22:57
Forwarded
1:44
22:58
22:58
22:58