ଦେଶ ମାତୃକାର ବନ୍ଦନା

0

ଅଗଷ୍ଟ ୧୫ ତାରିଖ । ଆମ ଦେଶର ସ୍ୱାଧୀନତା ଦିବସ । ଏହି ଦିନରେ ଦେଶରେ ପରିବେଶ ପବିତ୍ରମୟ ହୋଇଯାଇ ଥାଏ । ଚାରିଆଡ଼େ ଶୁଭେ ବିଜୟର ଧ୍ୱନି ଓ ଦେଶ ମାତୃକାର ବନ୍ଦନା। ସ୍କୁଲ, କଲେଜ ଓ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ସହ ସମ୍ପୂର୍ଣ୍ଣ ଦେଶରେ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ। ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଏ । ଆକାଶରେ ଫର ଫର ହୋଇ ଉଡେ ତ୍ରିରଙ୍ଗା ।
ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ସେହିଦିନ ସମସ୍ତ ଭାରତବାସୀଙ୍କ ଠାରେ ଦେଖା ଦେଇଥାଏ ଦେଶପ୍ରେମର ଭାବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସଭିଏଁ ଗୋଟିଏ ପତାକା ତଳେ ଏକତ୍ରିତ ହୋଇ ଗୋଟିଏ ମାଆର ସନ୍ତାନ ବୋଲି ଗର୍ବ କରିଥାଆନ୍ତି। ଜାତୀୟ ସଙ୍ଗୀତ ଗାନ କରିବା ସହ ଜୟ ହିନ୍ଦ, ଭାରତ ମାତା କି ଜୟ , ବନ୍ଦେ ମା ତରମ୍ ଆଦି ଦେଶ ଭକ୍ତି ସ୍ଲୋଗାନ ଦେଇଥାଆନ୍ତି । ଏହି ଅବସରରେ ସମସ୍ତ ଭାରତୀୟ କରିଥାଆନ୍ତି ଦେଶ ମାତୃକାର ବନ୍ଦନା ।

Leave A Reply