‘କରୋନା’କୁ ରୋକିବା ପାଇଁ ପୂଜାର୍ଚ୍ଚନା

ହାଇଦ୍ରାବାଦ: ‘କରୋନା’ ଭୂତାଣୁ ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ଭୂତାଣୁ ଦ୍ବାରା ପ୍ରାୟ ୩୦ ଦେଶ କବଳିତ ହୋଇଛନ୍ତି। ଚୀନରେ ବର୍ତ୍ତମାନ ସୁଦ୍ଧା ୬୩୬ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଭାରତରେ କେରଳରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଭୂତାଣୁକୁ ରୋକିବା ଲାଗି ସାରା ବିଶ୍ଵରେ ପ୍ରୟାସ ଚାଲିଥିବାବେଳେ ହାଇଦ୍ରାବାଦରେ ପୂଜକମାନେ ପୂଜାର୍ଚ୍ଚନାର ସାହାରା ନେଇଛନ୍ତି। ହାଇଦ୍ରାବାଦର ଚିଲକୁର ବାଲାଜୀ ମନ୍ଦିରରେ ଏହି ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଛି। ପୂଜା ସମୟରେ ପ୍ରଭାବୀ ମନ୍ତ୍ର ଦ୍ବାରା ଭଗବାନକୁ ପୂଜା କରାଯାଇଥିବା ପୂଜକ କହିଛନ୍ତି।

ସୂଚନା ଅନୁସାରେ, ଚୀନରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୩୧ ହଜାର ଟପିଛି। ଏହାକୁ ରୋକିବା ଲାଗି ଚୀନ ସରକାର ଯଥାସମ୍ଭବ ପ୍ରୟାସ ଚଳାଇଛନ୍ତି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ହୁବେଇ ପ୍ରଦେଶର ରାଜଧାନୀ ଉହାନ। ରୋଗୀମାନଙ୍କୁ ଅଲଗା ରଖି ଚିକିତ୍ସା କରାଯାଉଛି। ଏଥିପାଇଁ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯାଉଛି। କିନ୍ତୁ ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇଦେବା ସମ୍ଭବ ହେଉ ନାହିଁ।

 

Comments are closed.