ମତଦାନ କଲେ ବିଶ୍ବର ସବୁଠାରୁ ଛୋଟ ମହିଳା ଜ୍ୟୋତି

ନାଗପୁର : ମତଦାନ କରିବା  ନାଗରିକମାନଙ୍କର ଏକ ଗଣତାନ୍ତ୍ରିକ ଅଧିକାର। ମତଦାନ ଅଧିକାର ପାଇଥିବା​​‌ ସବୁବର୍ଗର ଲୋକ ଯେପରି ମତଦାନ ପ୍ରକ୍ରିୟାରେ ସାମିଲ ହୋଇ ପାରିବେ ସେଥିପାର୍ଇ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଆଉ ଏହି ଧାରାରେ ବିଶ୍ବର ସବୁଠାରୁ ଛୋଟ ମହିଳା ଗୁରୁବାର ମତଦାନ କରିଛନ୍ତି।

ବିଶ୍ବର ସବୁଠାରୁ ଛୋଟ ମହିଳା ବା କମ୍ ଉଚ୍ଚତା ବିଶିଷ୍ଟ ମହିଳା ଜ୍ୟୋତି ଅଙ୍ଗେ(୨୫) ଗୁରୁବାର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ​​‌ରେ ସେ ମହାରାଷ୍ଟ୍ର ନାଗପୁର ଏକ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି। ଭୋଟ ଦେବା ପରେ ସେ ସମସ୍ତଙ୍କୁ କାଳି ଲାଗିଥିବା ନିଜର ଆଙ୍ଗୁଠି ଦେଖାଇଥିଲେ।

ଜ୍ୟୋତି କମ୍ ଉଚ୍ଚତାର ମହିଳା ହେଲେ ମଧ୍ୟ ଜଣେ ଅଭିନେତ୍ରୀ । ତାଙ୍କର ଉଚ୍ଚତା ୬୩ ସେମି.। ଗିଜିଜ ବିଶ୍ବ ରେକର୍ଡରେ ତାଙ୍କର ନାମ ସ୍ଥାନ ପାଇଛି।

Comments are closed.