ଅଲିମ୍ପିକ୍‌ସ ମଶାଲ ଶୋଭାଯାତ୍ରାରୁ ଓହରିଲେ ବିଶ୍ବର ବୟୋଜ୍ୟେଷ୍ଠ ବ୍ୟକ୍ତି

ଟୋକିଓ: ଜାପାନର ଟୋକିଓ ସହରରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍‌ସର ମଶାଲ ଶୋଭଯାତ୍ରାରେ ସାମିଲ ହୋଇଥାନ୍ତେ ଫୁକୁଓକା ବାସିନ୍ଦା ବିଶ୍ବର ବୟୋଜ୍ୟେଷ୍ଠ ବ୍ୟକ୍ତିର ମାନ୍ୟତା ପାଇଥିବା ୧୧୮ ବର୍ଷୀୟା ମହିଳା କେନ୍‌ ଟନକା। ତେବେ ଜାପାନରେ କରୋନା ସଂକ୍ରମଣ ପୁନର୍ବାର ବୃଦ୍ଧି ପାଉଥିବାରୁ ସେ ମଶାଲ ଶୋଭାଯାତ୍ରାରେ ଭାଗ ନେବେ ନାହିଁ ବୋଲି ଜଣାପଡ଼ିଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ତାଙ୍କ ପରିବାର ତରଫରୁ ଶୁକ୍ରବାର ଦର୍ଶାଯାଇଛି ଜାପାନରେ କରୋନା ସଂକ୍ରମଣ ପୁନର୍ବାର ବଢ଼ିବାରେ ଲାଗିଛି, ଏପରି ପରିସ୍ଥିତିରେ ୧୧୮ ବର୍ଷୀୟା ବ୍ୟକ୍ତି ଅଲିମ୍ପିକ୍‌ସ ମଶାଲ ଶୋଭାଯାତ୍ରାରେ ଭାଗ ନେବା ଉଚିତ୍‌ ହେବ ନାହିଁ।

ସୂଚନାଥାଉକି ପୂର୍ବରୁ ଟୋକିଓ ସମେତ ଅନ୍ୟ କେତେକ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ପରିସ୍ଥିତିକୁ ଶୁକ୍ରବାର ଜାପାନ ସରକାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ତେବେ ଟୋକିଓ ଅଲିମ୍ପିକ୍‌ସ ନିର୍ଦ୍ଧାରିତ ସମୟରେ ଆୟୋଜିତ ହେବ ବୋଲି ଜାପାନ ସରକାର ଓ ଅଲିମ୍ପିକ୍‌ସ ଆୟୋଜକ କମିଟି ଦୃଢ଼ୋକ୍ତି ପ୍ରକାଶ କରିଛି। ଟନକା ୧୯୦୩ ମସିହା ଜାନୁଆରୀ ୨ରେ ଜନ୍ମଗ୍ରହଣ କରିଥିଲେ।

Comments are closed.