ପ୍ରଥମ ଜଳଯାତ୍ରା ଆରମ୍ଭ କଲା ବିଶ୍ଵର ସବୁଠୁ ବଡ଼ ମାଲବାହୀ ଜାହାଜ

ବେଜିଂ: ବିଶ୍ଵର ସବୁଠାରୁ ବଡ଼ ମାଲବାହୀ ଜାହାଜ(କଣ୍ଟେନର ଶିପ୍‌) ‘ଏଚଏମଏମ ଅଲ୍‌ଗେସିରସ’ ଚୀନର ପୂର୍ବାଞ୍ଚଳ ସାନ୍‌ଦୋଗସ୍ଥିତ କ୍ବିଙ୍ଗଦାଓ ବନ୍ଦରରୁ ନିଜର ପ୍ରଥମ ଜଳଯାତ୍ରା ଆରମ୍ଭ କରିଛି। ଏହା ପୂର୍ବରୁ ଯେଉଁ ଜାହାଜକୁ ଦୁନିଆର ସବୁଠୁ ବଡ଼ ମାଲବାହୀ ଜାହାଜ କୁହାଯାଉଥିଲା, ତା’ଠାରୁ ଏଚଏମଏମ ଅଗ୍ଲେସିରସ ୨୦୦ ଅଧିକ କଣ୍ଟେନର ବହନ କରିବାର କ୍ଷମତା ରଖିଛି।

ଏଚଏମଏମ ଅଲ୍‌ଗେସିରସ ଜାହାଜର ଲମ୍ବ ୩୯୯.୯ ମିଟର ହୋଇଥିବାବେଳେ ଓସାର ୬୧.୦୩ ମିଟର। ଏହାର ଡେକ୍‌ର ସମ୍ପୂର୍ଣ୍ଣ କ୍ଷେତ୍ରଫଳ ୩ଟି ଫୁଟବଲ ପଡ଼ିଆର କ୍ଷତ୍ରଫଳ ସହିତ ସମାନ ବୋଲି କ୍ବିଙ୍ଗଦାଓ କିୟାନୱାନ ୟୁନାଇଟେଡ କଣ୍ଟେନର ଟର୍ମିନାଲ କମ୍ପାନୀ ଲିମିଟେଡ୍‌ର ଉପ ମହାପ୍ରବନ୍ଧକ ଝାଙ୍ଗ ଜୁନ୍‌ କହିଛନ୍ତି। ​‌ସେ କହିଛନ୍ତି, ଏହି ଜାହାଜ ଏକା ଥରେ ୨୪ ହଜାର କଣ୍ଟେନର ବହନ କରିବାର କ୍ଷମତା ରଖିଛି। କଣ୍ଟେନରଗୁଡ଼ିକୁ ଯଦି ଏକ ଧାଡ଼ିରେ ରଖାଯାଏ ତେବେ ତାହାର ଲମ୍ବ ୧୫୦ କିଲୋମିଟର ହେବ।

Comments are closed.