ବିଶ୍ୱ କପ୍‌ କ୍ରିକେଟ, ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ପାକିସ୍ତାନ

ମାଞ୍ଚେଷ୍ଟର .- ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଛି । ଏହି ମ୍ୟାଚରେ ଟସ୍‌ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଏହି ମ୍ୟାଚରେ ଭାରତ ସମସ୍ତଙ୍କର ଫେଭରାଇଟ୍‌ ରହିଛି । ହେଲେ ବର୍ଷା ମ୍ୟାଚରେ ବାଧକ ସାଜି ପାରେ ବୋଲି ଅନୁମାନ କରାଯାଉଛି ।
ଏହି ପିଚ୍‌ ବୋଲରଙ୍କୁ ସୁହାଇବ ବୋଲି ଆକଳନ କରାଯାଉଛି ।

Comments are closed.