ବିଶ୍ୱ ମହିଳା ଦିବସରେ ସିଏଫ୍‍ଏଆର୍‍ ତରଫରୁ ଆଲୋଚନା ଚକ୍ର

0

ଭୁବନେଶ୍ବର : ବିଶ୍ୱ ମହିଳା ଦିବସ ଉପଲକ୍ଷେ ଜାତୀୟ ସ୍ତରର ସଂସ୍ଥା ସି.ଏଫ୍‍.ଏ.ଆର୍‍ ଭୁବନେଶ୍ୱର ତରଫରୁ ସ୍ଥାନୀୟ ୟୁନିଟ୍‍ – ୩ ବୁଦ୍ଧ ମନ୍ଦିର, ଠାରେ ଅପରାହ୍ଣ ୨ଘଟିକା ସମୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ନିଜନିଜ କ୍ଷେତ୍ରରେ ଉତ୍ତମ ପାରଦର୍ଶିତା ଲାଭ କରିଥିବା ବିଭିନ୍ନ ବର୍ଗର ୧୦୦ ଜଣ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ। ଉପସ୍ଥିତ ମହିଳା ଓ ପୁରୁଷ ମାନେ ନିଜନିଜର ଅନୁଭୂତି ବର୍ଣ୍ଣନା କରି ସେମାନଙ୍କ ଜୀବନରେ ଆଣିପାରିଥିବା ଉଲ୍ଲେଖନୀୟ ପରିବର୍ତ୍ତନ ସମ୍ପର୍କରେ କହିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ବାର୍ଦ୍ଧକ୍ୟାବସ୍ଥାରୁ ଘରୁ ବିତାଡିତ ଲୋକଙ୍କ ସେବା କରୁଥିବା ବେଳେ ଅନ୍ୟମାନେ ବିଭିନ୍ନ କାମ ଯଥା-ଶିଶୁ କନ୍ୟା ସୁରକ୍ଷା ଦିଗରେ, ମହିଳା ହିଂସା ବିରୋଦ୍ଧରେ ଏବଂ ମହିଳା ମାନଙ୍କ ଭୂମିଗତ/ସମ୍ପତିଗତ ଅଧିକାର ସଂକ୍ରାନ୍ତରେ ସର୍ବଦା ଚେଷ୍ଟିତ।

ମହିଳା ଦିବସର ଏ ବର୍ଷର ବିଷୟ ବସ୍ତୁ “ସମାଜର ମଙ୍ଗଳ ପାଇଁ ସନ୍ତୁଳନ” ବିଷୟରେ ଆଲୋକପାତ କରି ସମସ୍ତ ବକ୍ତା ନିଜ ନିଜ ଜୀବନ ତଥା ସମାଜରେ ସନ୍ତୁଳନ ଆଣିବା ପାଇଁ ଉଭୟ ମହିଳା ଏବଂ ପୁରୁଷ କ୍ଷେତ୍ରରେ ସମାନତା ଉପରେ ମତ ରଖିଥିଲେ। ଏଥିରେ ଶ୍ରୀଯୁକ୍ତ ପ୍ରମୋଦ କୁମାର ପୃଷ୍ଟି (ଡେପୁଟି କମିଶନର, ବି.ଏମ୍‍.ସି , ଉତର ଖଣ୍ଡ), ମିସ୍‍ ସ୍ନେହାଞ୍ଜଳୀ ମହାନ୍ତି (ଓଡିଶା ମହିଳା କମିଶନ ସଦସ୍ୟା), ମିସ୍‍ ରାଜଲକ୍ଷ୍ମୀ ଦାଶ (ଓଡିଶା ଶିଶୁ ମଙ୍ଗଳ କମିଟି ସଦସ୍ୟା), ଶ୍ରୀମତୀ ମୀରା ପରିଡା (ସଭାପତି – ଶଖା), ମିସ୍‍ ଭାରତୀ ଚକ୍ର (ଓଡିଶା ମୂଖ୍ୟ – ହେଲ୍ପେଜ୍‍ ଇଣ୍ଡିଆ), ଶ୍ରୀମତୀ ଉଷାରାଣୀ ବେହେରା(ସମାଜ ସେବୀ-ବି.ଜି.ଭି.ଏସ୍‍), ଶ୍ରୀଯୁକ୍ତ ଗୈାତମ ଆର୍ଯ୍ୟ ଭୂଷଣ(ତାରୁ ଲିଡିଙ୍ଗ୍‍ ଏଜ୍‍), ଶ୍ରୀଯୁକ୍ତ ଦେବାଶିସ୍‍ ମହାପାତ୍ର (ଏନ.ୟୁ.ଏଲ୍‍.ଏମ୍‍-ବି.ଏମ୍‍.ସି), ଶ୍ରୀମତୀ ନିହାରିକା (ଏନ.ୟୁ.ଏଲ୍‍.ଏମ୍‍-ବି.ଏମ୍‍.ସି), ମିସ୍‍ ଦେବସ୍ମିତା ପଟ୍ଟନାୟକ (ପ୍ରୋଜେକ୍ଟ ସମ୍ମାନ) ପ୍ରମୂଖ ଅତିଥି ମାନେ ଯୋଗ ଦେଇ ଦିଗନ୍ତ ପ୍ରସାରି ଆଲୋଚନା ମାନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସି.ଏଫ୍‍.ଏ.ଆର୍‍ , ଭୁବନେଶ୍ୱରର ସମସ୍ତ କର୍ମ କର୍ତା ଯଥା-ଜ୍ୟୋତ୍ସ୍ନା ସାହୁ, ସମୀର ରଞ୍ଜନ ଦାସ, ମିନତି ସ୍ୱାଇଁ, ପ୍ରଜ୍ଞା ରଥ, ମମତା ସିଂ, ଯୁଗୋଳ ନାୟକ, ରୋଜାଲିନ୍‍ ପଟ୍ଟନାୟକ, ମେଘନା ସାହୁ , ସୈାମ୍ୟ, ମିକିନା ମହାପାତ୍ର , ସୁକାନ୍ତ କୁମାର ସାହୁ, ଜୟଶ୍ରୀ ଦାସ, ନର୍ମଦା, ବିପିନ୍‍, ବିନୋଦ, ଉତମା , କ୍ରିଷ୍ନା, ସ୍ୱାଗତ, ମନୋଜ, ବାବୁଲି ଏବଂ ଅନ୍ୟମାନେ ପରିଚାଳନା କରିଥିଲେ। ପରିଶେଷରେ ଶ୍ରୀ ଯୋଗଳ ନାୟକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମରେ ପୂର୍ଣ୍ଣଛେଦ ପକାଇଥିଲେ।

Leave A Reply