ବିଶ୍ୱ ଶାକାହାରୀ ଦିବସ : ଜାଣନ୍ତୁ କିଛି ସ୍ୱାଦିଷ୍ଟ ବ୍ୟଞ୍ଜନ ବିଷୟରେ

ଆଜି ବିଶ୍ୱ ଶାକାହାରୀ ଦିବସ। ଏହି ଅବସରରେ ଏଭଳି କିଛି ସ୍ୱାଦିଷ୍ଟ ନିରାମିଷ ବ୍ୟଞ୍ଜନ ବିଷୟରେ ଜାଣନ୍ତୁ , ଯାହା ସ୍ୱାଦରେ ଲୋକେ ମୁଗ୍ଧ ହୋଇ ଯାଆନ୍ତି।
ଭେଜ କିମା – ଏହା ଖାଇବାକୁ ବେଶ ସୁଆଦିଆ। ବିଭିନ୍ନ ପ୍ରକାର ପନିପରିବା, ମସଲା ଆଦିର ମିଶ୍ରଣରେ ଏହାକୁ ପ୍ରସ୍ତୁତ କରାଯାଏ।
ଭେଜ ଆମଲେଟ୍‍ – ଯଦି ଆପଣଙ୍କୁ ନିରାମିଷ ଖାଦ୍ୟ ପସନ୍ଦ, ତେବେ ଭେଜ ଆମଲେଟ ନିଶ୍ଚୟ ଖାଆନ୍ତୁ। ଏହାକୁ ଆପଣ ସକାଳର ଜଳଖିଆ, ଖରାବେଳର ଖାଦ୍ୟ ଓ ରାତିର ଖାଦ୍ୟରେ ମଧ୍ୟ ସାମିଲ କରିପାରିବେ। ଏହାକୁ ବେସନ ଓ ଅନ୍ୟ ଜିନିଷ ବ୍ୟବହାର କରି ପ୍ରସ୍ତୁତ କରାଯାଏ।
ଭେଜିଟେବଲ ଟିକ୍କା ମସଲା –
ସମସ୍ତ ପ୍ରକାର ପନିପରିବା ସହ ଏହି ଟିକ୍କା ପ୍ରସ୍ତୁତ କରାଯାଏ। ଏହାକୁ ଆପଣ ବିଭିନ୍ନ ଉପାୟରେ ପ୍ରସ୍ତୁତ କରିପାରିବେ।
କାଜୁ କୋରମା – ଏହାକୁ ଖରାବେଳର ଓ ବିଭିନ୍ନ ଉତ୍ସବ ସମୟରେ ପ୍ରସ୍ତୁତ କରି ଖାଇପାରିବେ। ଏହା ଖାଇବାକୁ ଖୁବ ସ୍ୱାଦିଷ୍ଟ।
ଭେଜିଟେବୁଲ କୋରମା – ଏହାକୁ ବିଭିନ୍ନ ପ୍ରକାର ପନିପରିବାକୁ ମିଶାଇ ପ୍ରସ୍ତୁତ କରାଯାଏ। ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।
ଭେଜ ବିରିୟାନୀ – ଏହାକୁ ଖାଇବାକୁ ସଭିଏଁ ବେଶ ପସନ୍ଦ କରନ୍ତି। ଏହାକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଏ।
ଭେଜ ମୋମୋଜ – ଏହାକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ।
ଚକୋଲେଟ କେକ- ଏହାକୁ ଖାଇବାକୁ ପିଲା ଠାରୁ ବୟସ୍କ ସଭିଁଙ୍କୁ ବେଶ ପସନ୍ଦ। ଏହାକୁ ମଧ୍ୟ ଘରେ ପ୍ରସ୍ତୁତ କରିପାରିବେ।
ପନୀର ବଟର ମସଲା – ବହୁ ଲୋକଙ୍କୁ ପନୀର ଖାଇବା ବେଶ ପସନ୍ଦ। ଏହାର ସ୍ୱାଦ ମଧ୍ୟ ଭଲ। ବିଭିନ୍ନ ମସଲା ବଟର , ପନୀରକୁ ନେଇ ଏହାକୁ ପ୍ରସ୍ତୁତ କରାଯାଏ।

Comments are closed.