ଚୀନ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ ଲାଗି ଆମେରିକୀୟ କଂଗ୍ରେସରେ ପ୍ରସ୍ତାବ ଗୃହୀତ

ଚୀନ୍‌ ମାନବିକ ଅଧିକାରର ଉଲ୍ଲଂଘନ କରୁଛି । ତେଣୁ ଚୀନର ଧମକକୁ ମୁକାବିଲା କରିବା ନିମନ୍ତେ ନିର୍ଣାୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଆମେରିକୀୟ କଂଗ୍ରେସରେ ପ୍ରସ୍ତାବ ଗୃହୀତ ହୋଇଛି ।

ଆମେରିକା କଂଗ୍ରେସର ଏକ ରିପୋର୍ଟରେ  କୁହାଯାଇଛି ଯେ ଚୀନ୍ ସାମରିକ ନିୟୋଜନ ବୃଦ୍ଧି କରୁଛି ଏବଂ ଅନ୍ୟ ଦେଶର ସାର୍ବଭୌମତ୍ଵକୁ ଉଲ୍ଲଂଘନ କରିଛି। ଜାତୀୟ ସୁରକ୍ଷା, ମାନବିକ ଅଧିକାରର ଉଲ୍ଲଂଘନ, ଯୋଗାଣ ଶୃଙ୍ଖଳା, କରୋନା ଜୀବାଣୁ ମହାମାରୀର ମୁକାବିଲାରେ ତ୍ରୁଟି ଏବଂ ବିଶ୍ଵରେ ଚୀନ୍‌ର ବର୍ଧିତ ପ୍ରଭାବ ହ୍ରାସ ପାଇଁ ଏଥିରେ ୪୦୦ରୁ ଅଧିକ  ସୁପାରିଶ କରାଯାଇଛି ।

ଚୀନ୍ ଭାରତ ସୀମାରେ ଜମି ଅକ୍ତିଆର କରିବା ପାଇଁ ଘାତକ ସଂଘର୍ଷରେ ଜଡିତ ଅଛି। ୫ଜି ମୋବାଇଲ୍ ଯୋଗାଯୋଗ ଏବଂ ଯୋଗାଣ ଶୃଙ୍ଖଳା ସମସ୍ୟା ସୃଷ୍ଟି କରୁଛି । ତେଣୁ  ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିସିପି) ର ଦୁଷ୍ଟାମୀକୁ ପ୍ରତିହତ କରିବା ପାଇଁ ଆମେରିକୀୟ ସରକାର ଏକ ଆକ୍ରମଣାତ୍ମକ ସୂଚନା ଅଭିଯାନ ଆରମ୍ଭ କରିବାକୁ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି ।

Comments are closed.