ପୁରୀରେ ବିଶ୍ବ ମିତବ୍ୟୟିତା ଦିବସ ପାଳିତ

ପୁରୀ : ଆଜି ହେଉଛି ବିଶ୍ବ ମିତବ୍ୟୟିତା ଦିବସ । ମିତବ୍ୟୟୀ ହୋଇ ସଞ୍ଚୟ କରିବା ନିମନ୍ତେ ଆଜିର ଦିନ ଦିଏ ବାର୍ତ୍ତା। ଏହି ଅବସରରେ ଏକ ସଚେତନତା ରଥକୁ ପୁରୀର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାସ ଚନ୍ଦ୍ର ନାଥଶର୍ମା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସହର ଓ ନିକଟସ୍ଥ ଗ୍ରାମାଞ୍ଚଳରେ ବୁଲିବା ସହ ସ୍ବଳ୍ପ ସଞ୍ଚୟ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିବ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ବିଭୂତି ଭୂଷଣ ନାୟକ, ରାଜସ୍ବ ସହାୟକ ଶ୍ରୀ ଦିପ୍ତି ପ୍ରକାଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Comments
Loading...