ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ ୩ ମ୍ୟାଚ୍‌ ବିଶିଷ୍ଟ ହେଉ: ଶାସ୍ତ୍ରୀ

ମୁମ୍ବଇ: ୨୦୧୯ରୁ ପ୍ରଥମଥର ପାଇଁ ଆଇସିସି ଆରମ୍ଭ କରିଛି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ। ୨ ବର୍ଷ ମଧ୍ୟରେ ପଏଣ୍ଟ ତାଲିକାର ଶୀର୍ଷ ୨ଟି ସ୍ଥାନରେ ଥିବା ଦଳ ଫାଇନାଲ ଖେଳିବେ। ଚଳିତମାସ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଉକ୍ତ ଫାଇନାଲ ଏବଂ ପରେ ଇଂଲଣ୍ଡ ବିପକ୍ଷରେ ଭାରତ ଟେଷ୍ଟ ସିରିଜ୍ ଖେଳିବ। ତେବେ ବିମାନ ଚଢ଼ିବା ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି ଯେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲ ୩ ମ୍ୟାଚ୍‌ ବିଶିଷ୍ଟ ହେବା ଉଚିତ।

ରବି ଶାସ୍ତ୍ରୀ କହିଛନ୍ତି, ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଦୀର୍ଘ ୨ ବର୍ଷ ଧରି ଖେଳାଯାଉଛି। ଏହାର ଫାଇନାଲ ମ୍ୟାଚ୍‌ ୩ ମାଚ୍‌ ବିଶିଷ୍ଟ ବା ୩ ମ୍ୟାଚ୍‌ର ସିରିଜ୍ ହେବା ଉଚିତ। ଏପରି ହେଲେ ହେଁ ବିଶ୍ବର ସର୍ବଶ୍ରେଷ୍ଠ ଟେଷ୍ଟ ଦଳ କିଏ; ପ୍ରକୃତରେ ତାହା ଜଣାପଡ଼ିବ।

Comments are closed.