ଦୁନିଆର ସବୁଠାରୁ ଛୋଟ ଦ୍ୱୀପ : ଜାଣନ୍ତୁ ଏହାସହ ଜଡ଼ିତ କିଛି ରୋଚକ କଥା

ଦ୍ୱୀପ ପାଣି ମଧ୍ୟରେ ସ୍ଥିତ ଏକ ସ୍ୱତନ୍ତ୍ର ସ୍ଥାନକୁ କୁହାଯାଏ। ଚାରି ପଟୁ ସମୁଦ୍ର ଘେରି ରହିଥିବା ଭୂ-ଭାଗ। ଦୁନିଆରେ ଏପରି କେତେକ ଦେଶ ରହିଛି, ଯାହା ଛୋଟ ବଡ଼ ଦ୍ୱୀପ ସହ ମିଶି ହୋଇଛି। ଏପରି ତ ଦେଖିବାକୁ ଗଲେ ଇଣ୍ଡୋନେସିଆ ଦୁନିଆରର ସବୁଠାରୁ ବଡ଼ ଦ୍ୱୀପର ଦେଶ, ମାତ୍ର ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଛୋଟ ଦ୍ୱୀପର ଦେଶ କେଉଁଟା ? ଏହାର କ’ଣ ବିଶେଷତ୍ୱ ରହିଛି, ଏହି ଦେଶର ବିଷୟରେ ବହୁ କମ ଲୋକେ ଜାଣନ୍ତି। ଜାଣନ୍ତୁ ଏହା ବିଷୟରେ ….
ଦୁନିଆର ସବୁଠାରୁ ଛୋଟ ଦ୍ୱୀପର ଦେଶ ନାମ ନାଉରୁ। ଏହା ମାଇକ୍ରୋନେସିଆନ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ସ୍ଥିତ। ପ୍ରାୟ ୨୧ ବର୍ଗ କିଲୋମିଟର ବିସ୍ତାରିତ ବିଶ୍ୱର ସବୁଠାରୁ ଛୋଟ ସ୍ୱତନ୍ତ୍ର ଗଣତନ୍ତ୍ର ଓ ଦୁନିଆରେ ଏକମାତ୍ର ଗଣତାନ୍ତ୍ରିକ ରାଷ୍ଟ୍ର, ଯାହାର କୌଣସି ରାଜଧାନୀ ନାହିଁ।
ନାଉରୁକୁ ପ୍ରସନ୍ନ ଦ୍ୱୀପ ମଧ୍ୟ କୁହାଯାଏ। କାରଣ ଏଠାରେ ଲୋକେ ଆରାମ ଓ ସୁଖଶାନ୍ତିରେ ଜୀବନ ଅତିବାହିତ କରିଥାଆନ୍ତି। ୨୦୧୮ର ଜନଗଣନା ଅନୁଯାୟୀ, ଏହି ଦେଶର ଲୋକସଂଖ୍ୟା ୧୧ ହଜାର ପାଖ।।ପାଖିଥିଲା। ଏହି ଦେଶ ବିଷୟରେ ଅଧିକାଂଶ ଲୋକଙ୍କୁ ଜଣାନାହିଁ। ଫଳରେ ଏଠାରେ ଖୁବ କମ ଲୋକେ ଭ୍ରମଣ ପାଇଁ ଆସିଥାଆନ୍ତି। ଏକ ରିପୋର୍ଟ ଅନୁଯାୟୀ ୨୦୧୧ରେ ଏଠାକୁ ମାତ୍ର ୨୦୦ ଲୋକେ ବୁଲିବା ପାଇଁ ଆସିଥିଲେ।
ନାଉରୁ ପ୍ରାୟ ୩ ହଜାର ବର୍ଷ ପୂର୍ବରୁ ମାଇକ୍ରୋନେସିଆନ ଓ ପଲିନେସିଆନ ଦ୍ୱାରା ହୋଇଥିଲା। ଏଠାରେ ପାରମ୍ପରିକ ରୂପରେ ପ୍ରାୟ ୧୨ ଜନଜାତିଙ୍କର ରାଜୁତି ଥିଲା। ଯାହାର ଝଲକ ଦେଶର ପତାକାରେ ମଧ୍ୟ ଦେଖିବାକୁ ମିଳେ। ଏହାସହ ଏଠାରେ ନଡ଼ିଆ ଖୁବ ଉତ୍ପାଦନ ହୋଇଥାଏ।
ଏଠାରେ କେବଳ ଗୋଟିଏ ବିମାନବନ୍ଦର ରହିଛି, ଯାହାର ନାମ ନାଉରୁ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର।

Comments are closed.