ଆଜି ବିଶ୍ବ ପୋଲିଓ ଦିବସ

ନୂଆଦିଲ୍ଲୀ : ଆଜି(ଶନିବାର) ବିଶ୍ବ ପୋଲିଓ ଦିବସ। ପ୍ରତିବର୍ଷ ଅକ୍ଟୋବର ମାସ ୨୪ ତାରିଖକୁ ବିଶ୍ବ ପୋଲିଓ ଦିବସ ଭାବେ ପାଳନ କରାଯାଇଥାଏ। ଆନ୍ତର୍ଜାତୀୟ ରୋଟାରୀ ଫାଉଣ୍ଡେସନ ପକ୍ଷରୁ ପୋଲିଓ ଭ୍ୟାକସିନ ତିଆରି କରିଥିବା ଜନ ସାଲ୍କଙ୍କ ଜନ୍ମଦିନ ଅବସରରେ ଏହି ଦିବସକୁ  ପାଳନ କରାଯାଉଛି । ପୋଲିଓ ମୁକ୍ତ ପାଇଁ ୧୯୮୮ରେ ଗ୍ଲୋବାଲ ପୋଲିଓ ଏରାଡିକସନ ଇନିସିଏଟିଭ ବା ଜିପିଇଆଇ ଗଠନ ହୋଇଥିଲା। ଏଥିରେ ରୋଟାରୀ, ଡବ୍ଲୁଏଚଓ, ୟୁନିସେଫ୍  ଏବଂ ବିଭିନ୍ନ ଦେଶର ସରକାର ସାମିଲ ହୋଇ ବିଶ୍ବକୁ ପୋଲିଓ ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲେ ।

ପୋଲିଓ କ’ଣ?

ଏହି ରୋଗ ସାଧାରଣତଃ ୨ ବର୍ଷରୁ କମ ବଯସର ପିଲାଙ୍କୁ ହୋଇଥାଏ । ଏହା ଏକ ଭୂତାଣୁ ଦ୍ଵାରା ହୋଇଥାଏ। ଶରୀରରେ ଅଧିକ ତାପମାତ୍ରା,ଗଳା ସଂକ୍ରମଣ ,ତରଳ ଝାଡା ଆଦି ଏହି ରୋଗର ଲକ୍ଷଣ । ଆକ୍ରାନ୍ତ ଶିଶୁ ଅଳ୍ପ କେତେଦିନରେ ଠିକ ହୋଇଯାଇଥାଏ । ମାତ୍ର ଶରୀରର କିଛି ଅଂଶ ଦୁର୍ବଳ ହୋଇଯାଇପାରେ କିମ୍ବା ପକ୍ଷାଘାତ ହୋଇଯାଇପାରେ । ଆଉ କେତେକ କ୍ଷେତ୍ରରେ ଏପରିକି ଶ୍ବାସକ୍ରିୟା ଉପରେ କୁପ୍ରଭାବ ପଡିପାରେ। ସଂକ୍ରମଣ ୩-୨୧ ଦିନ ମଧ୍ୟରେ ରୋଗର ଲକ୍ଷଣ ଦେଖାଦିଏ।

Comments are closed.